fbpx

ରାଜନୈତିକ ଦଳ କାହିଁକି ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଛନ୍ତି ? ନିର୍ବାଚନ ଆୟୋଗ ଏବଂ ସରକାରଙ୍କୁ ନୋଟିସ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାର୍ମିକ ନାମ ଏବଂ ନିର୍ବାଚନ ପ୍ରତୀକ ଥିବା ରାଜନୈତିକ ଦଳ ବିରୋଧରେ ହୋଇଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ କାହିଁକି ଧାର୍ମିକ ନାମ ଏବଂ ଚିହ୍ନ କାହିଁକି ବ୍ୟବହାର କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏ ସମ୍ଭନ୍ଧରେ ଜବାବ ଦେବାକୁ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଭାରତ ସରକାରଙ୍କୁ ଏନେଇ ନୋଟିସ୍ କରିଛନ୍ତି। ଏବଂ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି।

ସୟଦ ୱାସିମ ରିଜଭିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଓକିଲମାନେ କହିଥିଲେ ଯେ, ରାଜନୈତିକ ଦଳମାମନେ ନିଜ ନାମ ସହିତ ଧାର୍ମିକ ନାମର ବ୍ୟବହାର କରୁଛନ୍ତି। ଯାହା ଆଇନ୍ ବିରୁଦ୍ଧ ଅଟେ।

Get real time updates directly on you device, subscribe now.