fbpx

ଯୌନ ପିପାସୁଙ୍କ ଗାଁ: ଏହି ଗ୍ରାମରେ ଥିବା ଜନସଂଖ୍ୟାର ଅଧା ଲୋକ ଯୌନ ଅପରାଧୀ

ନୂଆଦିଲ୍ଲୀ: ପୃଥିବୀରେ ଏମିତି ଅନେକ ଅଜବ ପ୍ରକାର ଗାଁ ରହିଛି । କେଉଁଠି ଜନସଂଖ୍ୟାର ଅଧିକାଂଶ ଲୋକ ଡାକ୍ତ ତ କେଉଁଠି ଇଞ୍ଜିନିୟର । ଆଉ କେଉଁଠି ଅଧିକାଂଶ ଲୋକ ପୋଲିସରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠି ଯୌନ ପିପାସୁମାନଙ୍କ ରାଜ୍ ଚାଲିଛି । ଏଠାକାର ଜନସଂଖ୍ୟାର ଅଧିକାଂଶ ଲୋକଙ୍କ ନାଁରେ ରହିଛି ଯୌନ ଅପରାଧ ମାମଲା । ହୁଏତ ଏହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା ହୋଇପାରେ କିନ୍ତୁ ଏହା ଏକଦମ୍ ସତ ।

ଆମେରିକାର ଏହି ଗାଁରେ ବିଶେଷ କରି ଯୌନ ଅପରାଧୀମାନେ ହିଁ ବସବାସ କରିଥାନ୍ତି । ଫ୍ଲୋରିଡାର ଦକ୍ଷିଣ ଇଲାକାରେ ଏହି ଗାଁ ଅବସ୍ଥିତ । ଏଠାରେ ପାଖାପାଖି ୨୦୦ ଲୋକ ରହୁଥିବା ବେଳେ ଅଧିକାଂଶ ଲୋକ ଅପରାଧୀ । ୨୦୦୯ ମସିହାରେ ପେଷ୍ଟର ଡେକ ଓି୍ୱଡ୍ରୋ ଏହି ଗାଁ ବସାଇଥିଲେ । ଯାହାର ଲକ୍ଷ୍ୟ ଥିଲା ଯୌନ ଅପରାଧୀମାନଙ୍କୁ ଭବ୍ୟ ସମାଜରୁ ଦୂରେଇ ରଖିବା । ଯୌନ ଅପରାଧରେ କଏଦୀ ଜୀବନ କାଟି ସାରିଥିବା ଲୋକମାନଙ୍କୁ ଏଠାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ଗମ୍ଭୀର ଆରୋପୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥାଏ ।

ଏଠାରେ ଏକ ବିରାଟ ଘର ତିଆରି କରାଯାଇଛି । ଏହାକୁ ଦେଖି କେହି ବିଶ୍ୱାସ କରି ପାରିବେ ନାହିଁ ଯେ, ଏଠାରେ କେବଳ ଅପରାଧୀ ରହିଥାନ୍ତି । ଫ୍ଲୋରିଡାର ନିୟମ ଅନୁଯାୟୀ, ଯୌନ ଅପରାଧୀ ସ୍କୁଲ, ପାର୍କ କିମ୍ବା ଖେଳ ପଡିଆରୁ ହଜାର ଫୁଟ ମଧ୍ୟରେ ରହିପାରିବେ ନାହିଁ । ତେବେ ପିଲାମାନଙ୍କୁ ଯୌନ ଶିକାର କରିଥିବା ଅପରାଧୀମାନଙ୍କୁ ଏହି ଗାଁକୁ ପ୍ରବେଶ ପାଇଁ ଅନୁମତି ଦିଆଯାଏ ନାହିଁ ।

Get real time updates directly on you device, subscribe now.