fbpx

ଏସିଆ କପ୍: ପାକିସ୍ତାନ-ଶ୍ରୀଲଙ୍କା ଫାଇନାଲ

ସାରଜା: ଚଳିତ ଏସିଆ କପ୍ କ୍ରିକେଟ୍ ର ଭାରତର ଫାଇନାଲ୍ ଖେଳିବା ଶେଷ ଆଶା ଧୂଳିସାତ ହୋଇଯାଇଛି। କାରଣ ଶ୍ରୀଲଙ୍କା ଓ ପାକିସ୍ତାନ ସୁପର-୪ ପର୍ଯ୍ୟାୟର ୨ ଲେଖାଏଁ ମ୍ୟାଚ୍ ଜିଣି ଫାଇନାଲ୍ ଖେଳିବା ରାସ୍ତା ପରିଷ୍କାର କରିଛନ୍ତି। ସୁପର୪ର ପରବର୍ତ୍ତୀ ମ୍ୟାଚ୍ ର ଭାରତ ଓ ଆଫଗାନିସ୍ତାନ ମୁକାବିଲା ହେବ। ତେବେ ଉଭୟ ଦଳ ବିଜୟ ଖାତା ଖୋଲିପାରି ନଥିବାରୁ ଏହି ମ୍ୟାଚ୍ ର ହାରଜିତ୍ ଫଳାଫଳ କୌଣସି ମତେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପ୍ରଭାବିତ କରିପାରିବ ନାହିଁ। ସେହିପରି ଶେଷ ମ୍ୟାଚ୍ରେ ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ର ପରାଜିତ ଦଳ ମଧ୍ୟ ଫାଇନାଲ୍ ଖେଳିବା ସୁଯୋଗ ପାଇବ। ବୁଧବାର ଦିନ ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଆଫଗାନିସ୍ତାନକୁ ୧ ୱିକେଟ୍ ର ପରାସ୍ତ କରିଛି ପାକିସ୍ତାନ।

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ ଜାଦରାନଙ୍କ ୩୫ ଓ ହଜରାତୁଲ୍ଲା ଜାଜାଇଙ୍କ ୨୧ ରନ୍ ବଳରେ ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ସଫଳ ବୋଲିର୍ ଭାବେ ହାରିସ୍ ରୌଫ୍ ୨ ୱିକେଟ୍ ଅକ୍ତିଆର କରିଥିବା ବେଳେ ନସିମ୍ ଶାହା, ମହମ୍ମଦ ହାସନେନ, ମହମ୍ମଦ ନୱାଜ୍ ଓ ସାଦବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପଛରେ ବ୍ୟାଟିଂ କରି ପାକିସ୍ତାନ ପ୍ରଥମେ ଅଧିନାୟକ ବାବର ଆଜମ୍ (୦)ଙ୍କୁ ହରାଇବା ପରେ ଲଗାତର ୱିକେଟ୍ପ ତନ ଯୋଗୁ ସଙ୍କଟରେ ପଡ଼ିଥିଲା।

ମାତ୍ର ଇଫ୍ତିକାର ଅହମ୍ମଦ ୩୩ ବଲ୍ରୁ ୩୦, ସାଦବ ଖାନ ୨୬ ବଲ୍ରୁ ୩୬ ରନ୍ କରି ପାକିସ୍ତାନ ପାଇଁ ବିଜୟ ଆଶା ସଂ·ର କରିଥିଲେ। ଶେଷ ଓଭରରେ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ଥିବାବେଳେ ନସିମ୍ ସାହା ପ୍ରଥମ ଓ ଦ୍ୱିତୀୟ ବଲ୍ ରେ ଛକା ମାରି ପାକିସ୍ତାନକୁ ବିଜୟୀ କରାଇଥିଲେ। ପାକିସ୍ତାନ ୧୯.୨ ଓଭର୍ରେ ୯ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା।

Get real time updates directly on you device, subscribe now.