fbpx

୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି: କାହିିଁକି ଖସୁନି ପେଟ୍ରୋଲ ଏବଂ ଡିଜେଲର ଦର, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ଗତ ୪ ମାସରେ ୩୦% ହ୍ରାସ ପାଇଥିବା ବେଳେ ପେଟ୍ରୋଲ-ଡିଜେଲ୍ ଦରରେ କୋଣସି ପରିବର୍ତ୍ତନ ଆସି ନାହିଁ। ଲମ୍ବା ସମୟ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ରହିଥିବା ବେଳେ ଦେଶରେ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ପାଇବ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଏପରି କିଛି ହୋଇନାହିଁ। ଏହାରି ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଅଏଲ୍ କମ୍ପାନୀମାନେ ନିଜର କ୍ଷତି ଭରଣା କରିବା ପାଇଁ ଆଉ କିଛି ସମୟ ଚାହିଁବେ।

ଏହାରି ମଧ୍ୟରେ ଆଶା କରାଯାଉଛି ଯେ, ଯଦି ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ପାଏ ତେବେ ଅନ୍ୟ ଜରୁରୀ ସାମଗ୍ରୀ ଗୁଡ଼ିକର ଦରଦାମ୍ ମଧ୍ୟ ହ୍ରାସ ପାଇପାରେ। ଯାହା ପଳରେ ସାଧାରଣ ଲୋକେ ଆଶ୍ୱସ୍ତି ପାଇପାରନ୍ତି। ଭାରତୀୟ ତେଳ ବିତରଣ କମ୍ପାନୀ ଇଣ୍ଡିଆ ଅଏଲ୍ କର୍ପୋରେସନ୍‌(ଆଇଓସିଏଲ୍‌)ର ସଦ୍ୟ ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ଆଜି ସେପ୍ଟେମ୍ବର ୧୦, ୨୦୨୨ ରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଥିବାବେଳେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ସ୍ଥିର ରହିଛି। ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ୯୪.୨ ଟଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଧାରରେ ଭାରତରେ ପେଟ୍ରୋଲ-ଡିଜେଲ ଦର ନିର୍ଦ୍ଧଅରଣ ହୋଇଥାଏ। ତେବେ ମେ ୨୨ରେ ଭାରତ ସରକାର ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ଏହାପରେ ସାଧାରଣ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।

Get real time updates directly on you device, subscribe now.