fbpx

ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ମେଗା ଡ୍ରାଇଭ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକ ମେଗା ଡ୍ରାଇଭ ଆରମ୍ଭ କରିବ। ଯାହାକି ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଇ-ରକ୍ତ କୋଶ ପୋର୍ଟାଲ ଉନ୍ମୋଚନ କରିଛି ଯେଉଁଠାରେ ଦାତାମାନେ ରକ୍ତଦାନ ପାଇଁ ପଞ୍ଜୀକୃତ ହୋଇପାରିବେ ଯାହା ସେପ୍ଟେମ୍ବର ୧୭ ରୁ ଆରମ୍ଭ ହେବ। ଇଛୁକ ଦାତାମାନେ ଆରୋଗ୍ୟ ସେତୁ ପୋର୍ଟାଲ ମାଧ୍ୟମରେ ବି ପଞ୍ଜିକରଣ କରିପାରିବେ।

ଜଣେ ଅଧିକାରୀ ଏହି ବିଷୟରେ କହିଛନ୍ତି ଯେ, ରକ୍ତ ୟୁନିଟ୍ ଗଚ୍ଛିତ ରଖିବା ପାଇଁ ଭାରତର ଯଥେଷ୍ଟ କ୍ଷମତା ଅଛି। ଆଶା କରାଯାଉଛି ଯେ ଏହି ଡ୍ରାଇଭ ଦ୍ୱାରା ଭାରତ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିପାରେ। ଆମେ ଦାତାମାନଙ୍କୁ ଉତ୍ସାହିତ କରିବା ଏବଂ ଏକ ଡାଟାବେସ୍ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ଯାହା ଦ୍ୱାରା ସେମାନେ ପୁଣି ଦାନ କରିପାରିବେ।” ଏହି ଅଭିଯାନ ଉନ୍ମୋଚନ ପଛର ଉଦ୍ଦେଶ୍ୟ ହେଉଛି ସାମାଜିକ ସଂଗ୍ରହ ତଥା ସାମାଜିକ ଏକତା ପାଇଁ ନିୟମିତ ଅଣ-ପାରିଶ୍ରମିକ ପ୍ରାପ୍ତ ସ୍ୱେଚ୍ଛାକୃତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା।

Get real time updates directly on you device, subscribe now.