ନୂଆଦିଲ୍ଲୀ: ଏଭଳି ଆପଣ ଖୁବ୍ କମ୍ ଶୁଣିଥିବେ ଯେ, କେହି ଚୋର ଧରା ପଡିବା ପରେ କହୁଥିବା ମୋତେ ଛାଡ଼ନ୍ତୁ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିହାରରେ ଜଣେ ଚୋର ଧରା ପଡିବା ପରେ ଲୋକମାନଙ୍କୁ ଅପିଲ୍ କରିଥିଲା ଯେ, ପ୍ଲିଜ୍ ଦୟାକରି ମୋତେ ଛାଡ଼ନ୍ତୁ ନାହିଁ। ଏହି ଭିଡିଓ ଏବେ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଟ୍ରେନ୍ ଝରକାରୁ ଝଟାପଟ୍ ଚୋରି କରୁଥିବା ଜଣେ ଚୋରକୁ ଲୋକମାନେ ଟ୍ରେନ୍ ଭିତରୁ ହିଁ କାବୁ କରି ନେଇଥିବା ଦେଖିବାକୁ ମିଳୁଛି।
ଏହି ସମୟରେ ଟ୍ରେନ୍ଟି ଚାଲିବା ଆରମ୍ଭ କରି ଦେଇଥିଲା। ଦ୍ରୁତ ଗତିରେ ଟ୍ରେନ୍ ଚାଲୁଥିବା ସମୟରେ ଚୋରଟି ଲୋକମାନଙ୍କୁ ଅପିଲ୍ କରି ତାକୁ ନଛାଡ଼ିବାକୁ କହିଥିଲା। ନହେଲେ ତାର ପ୍ରାଣ ବାୟୁ ଉଡିଯିବ। ଚୋର ଉପରେ ଦୟା ଦେଖାଇ ଲୋକମାନେ ଟ୍ରେନ୍ ଭିତରୁ ଚୋରକୁ ଭିଡ଼ି କରି ଧରିଥିଲେ। ଏହି ସମୟରେ ଚୋରଟିର ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା। ଏହି ଘଟଣା ବିହାର ବେଗୁସରାୟର ବୋଲି କୁହାଯାଉଛି। ଏହି ଘଟଣା ବୁଧବାର ରାତି ସାଡେ ୧୦ ଟା ସମୟରେ ଘଟିଥିଲା। ଯାତ୍ରୀମାନେ ଚୋରକୁ ପ୍ରାୟ ୧୫ କିଲୋମିଟର ଝୁଲାଇ ଖଗଡ଼ିଆ ପର୍ଯ୍ୟନ୍ତ ନେଇଥିଲେ।
वायरल वीडियो: चोर को मोबाइल चुराना पड़ा भारी, फोन झपटने की कोशिश की तो यात्री ने उसे ट्रेन की खिड़की से 15 किमी तक लटकाता ले गया। घटना बेगूसराय की बताई जा रही है।#MobileThiefViralVideo #ViralVideoOnTwitter pic.twitter.com/XEBHe3ZqQb
— NBT Hindi News (@NavbharatTimes) September 15, 2022
ଭାଇରାଲ ଭିଡିଓରେ ଲୋକମାନେ କହୁଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନର ଝରକା ନିକଟକୁ ଆସିଥିଲା। ଚୋରି କରିବା ସମୟରେ ହଠାତ, ଟ୍ରେନ୍ ଗତି ବଢ଼ିଥିଲା ଚୋର ଅସହାୟତାକୁ ଦେଖି ଲୋକମାନେ ତାକୁ ଧରି ରଖିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକମାନଙ୍କୁ ଭୁଲ୍ କରିଛି ବୋଲି କହି ଦୟାକରି ତାକୁ ନଛାଡ଼ିବାକୁ କହିଥିଲା।