DL କିମ୍ବା ଗାଡ଼ି ରେଜିଷ୍ଟ୍ରେସନ୍, RTO ସହ ଜଡିତ ୫୮ ସେବା ପାଇଁ ଏହି ନୂତନ ସୁବିଧା ଉପଲବ୍ଧ

ନୂଆଦିଲ୍ଲୀ: ଏବେ ଡ୍ରାଇଭ୍ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍ ଏବଂ ଗାଡ଼ିର ମୂଳ ମାଲିକାନା ସ୍ଥାନାନ୍ତରଣ ଭଳି ୫୮ କାର୍ଯ୍ୟ ପାଇଁ ଆରଟିଓ ଯିବା ଜରୁରୀ ନୁହେଁ। ସଡ଼କ ପରିବହନ ମନ୍ତ୍ରଳାୟ ଏକ ଏପରି ବ୍ୟବସ୍ଥା କରିଛନ୍ତି ଯାହା ସାହଯ୍ୟରେ ଆପଣ ଅନ୍‌ଲାଇନ୍ ହିଁ ଏହି ସେବାଗୁଡ଼ିକୁ ଘରେ ବସି ଆଧାର ସଂଯୋଗ କରିପାରିବେ।

ଅନଲାଇନ୍ ସେବା ଯାହା ପାଇଁ ନାଗରିକମାନେ ସ୍ବେଛାକୃତ ଭାବରେ ଆଧାର ପ୍ରାମାଣିକିକରଣ କରିପାରିବେ ତାହା ହେଉଛି ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସର କପି ଏବଂ ଡ୍ରାଇଭିଂ ଲାଇସେନ୍ସର ନବୀକରଣ। ଏହା ଆନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତି କିମ୍ବା କଣ୍ଡକ୍ଟର ଲାଇସେନ୍ସରେ ଠିକଣା ପରିବର୍ତ୍ତନ ହେଉ, ଆଧାର ପ୍ରାମାଣିକିକରଣ ମଧ୍ୟ ଏଠାରେ ଆବଶ୍ୟକ।

ତେବେ ସେପ୍ଟେମ୍ବର ୧୬ ରେ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏହା ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ପାଖରେ ଆଧାର ନମ୍ବର ନାହିଁ, ସେ ଅନ୍ୟ କିଛି ପରିଚୟ ପତ୍ର ଦେଖାଇ ସିଧାସଳଖ ସେବା ପାଇପାରିବେ। ମନ୍ତ୍ରଣାଳୟ କହିଛି ଯେ ସରକାରୀ କାର୍ଯ୍ୟାଳୟକୁ ନଯାଇ ଏପରି ସେବା ଯୋଗାଇବା ନାଗରିକଙ୍କ ମୂଲ୍ୟବାନ ସମୟ ବଞ୍ଚାଇବ। ଏହା ବ୍ୟତୀତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଯାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ, ଯାହା କାର୍ଯ୍ୟର ପ୍ରଭାବକୁ ବଢାଇବ।