fbpx

NPS ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ କଲା PFRDA, ଜାଣନ୍ତୁ ୫ଟି ନୂଆ ପରିବର୍ତ୍ତନ ବିଷୟରେ

ନୂଆଦିଲ୍ଲୀ: ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫଆରଡିଏ) ପକ୍ଷରୁ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ଗ୍ରାହକଙ୍କ ପାଇଁ ନିକଟରେ କିଛି ନୂଆ ପରିବର୍ତ୍ତନ କରାଯାଇଛି । ଏନପିଏସ ଖାତାଧାରୀ ୫ଟି ନୂଆ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । ଏନପିଏସ ଏକ ସରକାରୀ ରିଟାୟାରମେଣ୍ଟ ସେଭିଂ ସ୍କିମ ହୋଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଗତ ୨୦୦୪ରେ ଲଞ୍ଚ କରିଥିଲେ । ୨୦୦୯ ପରେ ଏହି ସ୍କିମକୁ ପ୍ରାଇଭେଟ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ଖୋଲା ଯାଇଥିଲା ।

୧- ଏନପିଏସର ଆକାଉଣ୍ଟ ଖୋଲୁଥିବା ପଏଣ୍ଟ ଅଫ୍ ପ୍ରେଜେନ୍ସ (ପିଓପି)ଙ୍କୁ କମିସନ ମିଳିବ । ପିଓପି ସହିତ ବ୍ୟାଙ୍କ ଏନବିଏଫସି ଓ ଅନ୍ୟ ସଂସ୍ଥା ସାମିଲ ରହିଛନ୍ତି । ପିଓପି ଦ୍ୱାରା ଏନପିଏସ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ ସହ ଅନ୍ୟ ସେବା ମିଳିଥାଏ । ଗତ ସେପ୍ଟେମ୍ବର ୧ ତାରିଖରୁ ପିଓପିଙ୍କୁ ପ୍ରତି ଆକାଉଣ୍ଟ ଖୋଲିବାରେ ୧୫ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିସନ ମିଳୁଛି ।

୨- ନୂଆ ପ୍ରକ୍ରିୟା ମୁତାବକ, ଏବେ ନୋଡାଲ କାର୍ଯ୍ୟାଳୟରେ ଇ-ନୋମିନେସନ ଅନୁରୋଧକୁ ସ୍ୱୀକାର ବା ଅସ୍ୱୀକାର କରିବାର ବିକଳ୍ପ ରହିବ । ଯଦି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୋଡାଲ ଅଧିକାରୀ ଇ-ନୋମିନେସନ ଉପରେ ନିଷ୍ପତ୍ତି ନ ନିଅନ୍ତି, ତେବେ ରିକ୍ୱେଷ୍ଟ ସେଣ୍ଟ୍ରାଲ ରେକର୍ଡକିପିଙ୍ଗ (ସିଆରଏ) ସିଷ୍ଟମ ମାଧ୍ୟମରେ ସ୍ୱୀକାର କରାଯିବ ।

୩- ମାଚ୍ୟୁରିଟି ଆନ୍ୟୁଟି କିଣିବା ପାଇଁ ଏଣିକି ଅଲଗା ଫର୍ମର ଆବଶ୍ୟକତା ପଡ଼ିବ ନାହିଁ । ଆଇଆରଡିଏଆଇ ଏନପିଏସ ଗ୍ରାହକଙ୍କ ପାଇଁ ଅନବୋର୍ଡିଂ ପ୍ରକ୍ରିୟାରେ କୋହଳ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି । ଏବେ ଏନପିଏସ ଯୋଜନାରୁ ବାହାରିବା ପାଇଁ ଲାଇଫ ଇନ୍ସ୍ୟୁରାନ୍ସ କମ୍ପାନୀଙ୍କ ଠାରୁ ଆନ୍ୟୁଟି କିଣିବା ପ୍ରସ୍ତାବକୁ ଗ୍ରହଣ କରାଯିବ ।

୪- ଆଇଆରଡିଏଆଇ ଇନ୍ସ୍ୟୁରାନ୍ସ କମ୍ପାନୀଙ୍କୁ ଲାଇଫ ସାର୍ଟିଫିକେଟ ଜମା କରିବାର ପ୍ରକ୍ରିୟାରେ କୋହଳ କରିବାକୁ କହିଛି । ଏବେ ଇନ୍ସ୍ୟୁରାନ୍ସ କମ୍ପାନୀଙ୍କୁ ଆଧାର ବେସଡ ଅଥେଣ୍ଟିକେସନ ବା ଲାଇଫ୍ ସାର୍ଟିଫିକେଟର ଭେରିଫିକେସନକୁ ପାଳନ କରିବାକୁ ହେବ ।

୫- ପିଏଫଆରଡିଏ ଏନପିଏସ ଟିୟର-୨ ଆକାଉଣ୍ଟରେ ବଡ଼ ଧରଣର ପରବର୍ତ୍ତନ କରିଛି । କ୍ରେଡିଟ କାର୍ଡ ମାଧ୍ୟମରେ କଣ୍ଟ୍ରିବ୍ୟୁସନକୁ ପେମେଣ୍ଟର ସୁବିଧାକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.