ନୂଆଦିଲ୍ଲୀ, ୧୩ା୪: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୫ଜଣଙ୍କର ମୃତ୍ୟୁ ହୋଇଛି । ୯୧୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮୭ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୮୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୪୯ ଜଣ, ମଧ୍ୟପ୍ରଦେଶରେ ୩୬ଜଣ, ଗୁଜୁରାଟରେ ୨୫, ଦିଲ୍ଲୀରେ ୨୪, ପଞ୍ଜାବରେ ୧୧, ତାମିଲନାଡ଼ୁରେ ୧୧ ଓ ତେଲେଙ୍ଗାନାରେ ୯ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।