Video: ଘର ବଞ୍ଚାଇବାକୁ ବୁଲଡୋଜର ଆଗରେ ଦମ୍ପତି, ନାଟକୀୟ ଢଙ୍ଗରେ ଉଦ୍ଧାର କଲା ପୋଲିସ

ବାଙ୍ଗଲୋର: ଘର ଭାଙ୍ଗିବାକୁ ଅଟକାଇବା ପାଇଁ ବୁଲଡୋଜର ଆଗରେ ଛିଡ଼ା ହେଲେ ଦମ୍ପତ୍ତି। ଘର ଭାଙ୍ଗିଲେ ଆତ୍ମହୁତି ଦେବାକୁ ଦେଲେ ଧମକ। ଡ୍ରେନେଜକୁ ଅବୈଧ ଭାବରେ କବଜା କରି କରାଯାଇଥିବା ନିର୍ମାଣକୁ ହଟାଇବା ପାଇଁ ଯେତେବେଳେ ବାଙ୍ଗାଲୋର ନଗର ଉନ୍ନୟନ ବିଭାଗ ଉଦ୍ୟମ କରିଥିଲା ସେହି ସମୟରେ ଏଭଳି କିଛି ଡ୍ରାମା ଦେଖିବାକୁ ମିଳିଥିଲା। ବାଙ୍ଗଲୋର ଉତ୍ତର-ପୁର୍ବ ଅଞ୍ଚଳରେ ମହାନଗ ନୀଗମ ଏହି ଅବୈଧ ନିର୍ମାଣ ହଟାଇବାକୁ ଚେଷ୍ଟା କରୁଥିଲା।

ବୁଲଡୋଜର ଯେତେବେଳେ ସୋନା ସେନ୍ ଏବଂ ତାଙ୍କ ସ୍ୱାମୀ ସୁନିଲ ସିଂଙ୍କ ଘର ନିକଟରେ ପହଞ୍ଚିଥିଲା, ସେମାନେ ଏହାର ଆଗକୁ ଆସି ନିଜକୁ ଜାଳି ଦେବେ ବୋଲି କହିଥିଲେ। ଘର ବାହାରେ ଥିବା ପାଚେରୀରେ ଲାଗି ରହି ନିଜ ଉପରେ ପେଟ୍ରୋଲ ଢାଳିବା ଆରମ୍ଭ କରି ଦେଇଥିଲେ। ତେବେ ସେଠାରେ ଥିବା ପୋଲିସ ଅଧୀକାରୀ ନାଟକୀୟ ଢଙ୍ଗରେ ସେମାନଙ୍କୁ ପାଚେରୀ ଉପରକୁ ନେଇ ଆସିବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ପୋଲିସ ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ସମୟରେ ସେମାନେ ପାଖରେ ଥିବା ମାଚିସ୍ ଦ୍ୱାରା ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଏହା ଦେଖି ନଗର ନୀଗମ ଅଧିକାରୀମାନେ ସେମାନଙ୍କୁ ଉପରକୁ ପାଣି ପକାଇଥିଲେ। ତରବରିଆ ଭାବରେ କୌଣସି ନିଷ୍ପତି ନନେବାକୁ ସେଠାରେ ଥିବା ସେମାନଙ୍କର ପଡୋଶି ଏବଂ ନଗର ନୀଗମ ଅଧିକାରି ସେମାନଙ୍କୁ ଅନୁରୋଧ କରିଥିଲେ।

ଦମ୍ପତି ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ସେମାନଙ୍କୁ ବେଘର କରିବାକୁ ଚକ୍ରାନ୍ତ କରିଛି। ସେମାନଙ୍କ ପାଖରେ ଆବଶୟକ ଡକ୍ୟୁମେଣ୍ଟ ଥିବା କଥା ମଧ୍ୟ ସେ କହୁଥିଲେ। କିନ୍ତୁ ନଗର ନୀଗମ ଅଧିକାରୀ ଦାବି କରିଛନ୍ତି ଯେ, ଦମ୍ପତିଙ୍କ ଘର ସେହି ଅଞ୍ଚଳର ୬ ଘର ମଧ୍ୟରେ ଗୋଟିଏ ଅଟେ, ଯାହା ଆଶିଂକ ଭାବରେ ଡ୍ରେନେଜ ଉପରେ ନିର୍ମାଣ ହୋଇଛି। ଗତାମସରେ ପ୍ରବଳ ବର୍ଷା କାରଣରୁ ବାଙ୍ଗଲୋରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କଲୋନୀରେ ପାଣି ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ଏହାପରେ ନଗର ନିଗମ ପକ୍ଷରୁ ନର୍ଦମା ଉପରେ ନିର୍ମିତ ହୋଇଥିବା ନିର୍ମାଣ ଗୁଡ଼ିକୁ ହଟାଇବାକୁ ଚେଷ୍ଟା କରାଯାଉଛି।