fbpx

୧୩୦୦ ସ୍କୁଲରେ ଝୁଲିବ ତାଲା! କାହିଁକି ଏମିତି ନିଷ୍ପତ୍ତି ନେଲେ ସରକାର, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅବସ୍ଥା କ’ଣ ହେବ

ନୂଆଦିଲ୍ଲୀ: ୧୩୦୦ ସ୍କୁଲରେ ପଡ଼ିବ ତାଲା! ଏହି କଥାଟି ଶୁଣିବାକୁ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ତେବେ ପିଲା ସଂଖ୍ୟା କମ୍ ହେତୁ ଏପରି ଶହ ଶହ ସ୍କୁଲ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏହି ସବୁ ସ୍କୁଲଗୁଡ଼ିକରେ ବହୁତ କମ୍ ସଂଖ୍ୟକ ପିଲା ପାଠ ପଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏପରି ଅନେକ ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନଙ୍କର ଭବିଷ୍ୟତ କ’ଣ ହେବ । ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ ।
ସୂଚନା ମୁତାବକ, ମହାରାଷ୍ଟ୍ରର ରତ୍ନଗିରିରେ ଜିଲ୍ଲାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ସରକାର ଛାତ୍ରଛାତ୍ରୀଙ୍କ କମ୍ ଉପସ୍ଥାନ ଯୁକ୍ତ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରେ ଅତିକମରେ ୧୩ ଶହ ସ୍କୁଲ ପ୍ରଭାବିତ ହେବେ । ଗୁଣବତ୍ତା ସୁଧାର ଓ ଆର୍ଥିକ ମିତବ୍ୟୟିତା ଅଧିନରେ ସରକାର ୨୦ରୁ କମ୍ ବିଦ୍ୟାର୍ଥୀ ଥିବା ସ୍କୁଲକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ତେବେ ରତ୍ନଗିରି ଜିଲ୍ଲା ପରିଷଦର ଏହି ସ୍କୁଲଗୁଡ଼ିକ ବନ୍ଦ ହେବା ନିହାତି ପକ୍ଷେ ଚିନ୍ତାଜନକ ବିଷୟ ।
ରତ୍ନଗିରି ଜିଲ୍ଲା ପରିଷଦରେ ୧୩୪୫ଟି ପ୍ରାଥମିକ ସ୍କୁଲ ରହିଥିବା ବେଳେ ସେଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୦ରୁ ୨୦ ମଧ୍ୟରେ ରହିଛି । ସେହିପରି ୨୪୯ଟି ସ୍କୁଲରେ ୦ରୁ ୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ୪୨୦ଟି ସ୍କୁଲରେ ୬ରୁ ୧୦ ଜଣ ପିଲା, ୩୯୨ଟି ସ୍କୁଲରେ ୧୧ରୁ ୧୫ ଜଣ ପିଲା, ୨୮୫ଟି ସ୍କୁଲରେ ୧୬ରୁ ୨୦ ଜଣ ପିଲା, ୧୧୪୮ଟି ସ୍କୁଲରେ ୨୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ସରକାର ଛାତ୍ରଛାତ୍ରୀଙ୍କ ସଂଖ୍ୟା, ପଞ୍ଜିକୃତ ଶିକ୍ଷକଙ୍କ ସଂଖ୍ୟା, ଅଣ-ଶିକ୍ଷକଙ୍କ ସଂଖ୍ୟା, ଅତିରିକ୍ତ ଶିକ୍ଷକଙ୍କ ସଂଖ୍ୟା, ୦ରୁ ୨୦ ପିଲା ଥିବା ସ୍କୁଲ ସଂଖ୍ୟା, ବନ୍ଦ କରାଯାଇଥିବା ଓ କମ୍ ଆୟଯୁକ୍ତ ସ୍କୁଲର ଡାଟା ଏକତ୍ର କରୁଛନ୍ତି । ପୂର୍ବରୁ କିଛି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସରକାର ନିକଟସ୍ଥ ସ୍କୁଲରେ ଭର୍ତ୍ତି କରାଇଥିଲେ ।

Get real time updates directly on you device, subscribe now.