fbpx

ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ: ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ବାବନା ରହିଛି। ଆଗାମୀ ଦିନରେ ଏହା ଏକ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ବୈଠକ ଜୋରଦାର କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରାକ୍‌ ପ୍ରସ୍ତୁତି ବୈଠକରେ ଆଲୋଚନା କରିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ପାଣିପାଗ ବିଭାଗ ଅଧିକାରୀ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଅଧିକାରୀ ବି ସାମିଲ ଥିଲେ। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତିଲ କରାଯାଇଛି ସରକାରୀ କର୍ମଚାରୀଙ୍କର ଦିପାବଳୀ ଛୁଟି। ହେଡ କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ରହିଛି। ୨୨ ତାରିଖରେ ଲଘୁଚାପ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସରକାରଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ଗତିପଥ କୁଆଡ଼େ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନି। କିନ୍ତୁ ଲଘୁଚାପ ଓ ଡିପ୍ରେସନ୍‌ ପ୍ରଭାବରେ ଉପକୂଳ ଓଡ଼ିଶା ଜିଲ୍ଲାରେ ବର୍ଷା ହୋଇପାରେ। ସବୁ ବିଭାଗ ଓ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନେଇ ସଜାଗ ଅଛନ୍ତି। ରାଜ୍ୟ ସରକାର ପରିସ୍ଥିତି ଉପରେ ରଖିଛନ୍ତି ନଜର। ବିଭିନ୍ନ ପାଣିପାଗ ମଡେଲ୍‌ ସମ୍ଭାବ୍ୟ ବାତ୍ୟାର ଗତିପଥ ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ଦେଖାଉଛନ୍ତି। ବାତ୍ୟା ପଶ୍ଚିମବଙ୍ଗ ଉପକୂଳ ମୁହାଁଇଲେ ବି ଓଡ଼ିଶାରେ ପ୍ରଭାବ ପକାଇପାରେ। ଡିପ୍ରେସନ୍‌ ହେବା ପରେ ଜଣା ପଡ଼ିବ ଏହାର ତୀବ୍ରତା। କିନ୍ତୁ ମୁକାବିଲା ପାଇଁ ପ୍ରଶାସନିକ କଳ ତୟାର ରହିଛି।

Get real time updates directly on you device, subscribe now.