fbpx

(Video) ‘ଗୁଆଘିଅ ସାଙ୍ଗେ ଅରୁଆ ଭାତ’: ଆରେ ବାପରେ ଇତିହାସ ପରୀକ୍ଷାରେ ଏମିତି ଉତ୍ତର, ସାର୍ ହୋଇଗଲେ ବେହୋସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ପିଲାମାନଙ୍କର ଦିମାଗକୁ ମାନିବାକୁ ପଡ଼ିବ । କିଏ ପରୀକ୍ଷାରେ ଟପ କରିବା ପାଇଁ ଖିଆପିଲା ଭୁଲି ରାତି ଅନିଦ୍ରା ହୋଇ ପରୀକ୍ଷାରେ ବ୍ୟସ୍ତ ରହୁଛି । ମାତ୍ର ଆଉ କିଛି ଛାତ୍ରଙ୍କ କାରନାମାରେ ଶିକ୍ଷକମାନେ ମଧ୍ୟ ତାଜୁବ ହୋଇଯାଆନ୍ତି । ଏପରି ଜଣେ ଛାତ୍ରଙ୍କର ପରୀକ୍ଷାର ଉତ୍ତରଖାତା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଛାତ୍ର ଜଣଙ୍କର ଇତିହାସ ବିଷୟର ପରୀକ୍ଷା ଦେଉଥିଲେ । ‘ଭାରତରେ ଧର୍ମ ନିରପେକ୍ଷତା କହିଲେ କଣ ବୁଝାଏ’ ବୋଲି ପ୍ରଶ୍ନ ଆସିଥିଲା । ତେବେ ଏହାର ଉତ୍ତରରେ ଛାତ୍ର ଜଣଙ୍କର ଲେଖିଥିଲେ ‘ଭାରତ ଏକ ଧର୍ମନିରପେକ୍ଷତା ରାଷ୍ଟ୍ର । ଏଥିରେ ଅନେକ ଧର୍ମାବଲମ୍ବୀର ଲୋକମାନେ ବାସ କରନ୍ତି । ତମ ସାଙ୍ଗେ ଆମ ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାରତ । …. ମାଆ ରାଣ ଜମା ତମ କରି କେହି ନୁହଁ । ..ଗୁଆଘିଅ, ଗୁଆଘିଅ । ଆରେ ଅରୁଆ ସାଙ୍ଗକୁ ଡାଲି ତମେ ଗାଲ ହେଲେ ମୁଁ ଫେର୍ ଏଣ୍ଡ ଲଭଲି….. ।’

ତେବେ ଏଭଳି ଉନ୍ନତ ମସ୍ତିଷ୍କଧାରୀ ଛାତ୍ରଙ୍କର ବ୍ରିଲିଆଣ୍ଟ ଉତ୍ତର ଦେଖିବା ପରେ ଯେ କୌଣସି ଶିକ୍ଷକଙ୍କର ହୋସ୍ ଉଡ଼ିବା ସ୍ୱାଭାବିକ । ପରୀକ୍ଷା ଉତ୍ତର ଖାତାରେ ଯିଏ ଯେତେ ଅଧିକ ଲେଖିବ ତାକୁ ସେତେ ବେଶି ମାର୍କ ମିଳିବ ବୋଲି ଛାତ୍ର ଜଣଙ୍କର ପୂର୍ବରୁ ଜାଣିଥିଲେ । ତେଣୁ ସେ ରାମାୟଣ ଠାରୁ ଆରମ୍ଭ କରି ମହାଭାରତ ସବୁ ଗାରେଇ ଚାଲିଥିଲେ । ତେବେ ଛାତ୍ର ଜଣଙ୍କର ସବୁ ପେଜରେ ଏଭଳି ଭାବେ ଉତ୍ତର ଲେଖି ଖାତା ପୂରଣ କରିଦେଇଥିଲେ । ଏଭଳି କମ୍ପ୍ୟୁଟର ଯୁଗର ଛାତ୍ରଙ୍କୁ ସତରେ ସଲାମ୍ କରିବାକୁ ପଡ଼ିବ ।

Get real time updates directly on you device, subscribe now.