(Video) ନାତୁଣୀର ବାହାଘରରେ ଡ୍ୟାନ୍ସ କରି କରି କାନ୍ଦିପକାଇଲେ ଜେଜେ: ଦେଖିଲେ ଆପଣଙ୍କ ଆଖିରୁ ବି ବାହାରିବ ଲୁହ

ପ୍ରତ୍ୟେକ ପୁଅ-ଝିଅଙ୍କ ଜୀବନରେ ବାହାଘର ଏକ ଖାସ୍ ଦିନ ହୋଇଥାଏ । ବାହାଘର ସମାରୋହ ସବୁବେଳେ ମଜାଦାର ହୋଇଥାଏ । ବର-କନ୍ୟା, ପରିବାର ଲୋକ ଓ ବନ୍ଧୁବାନ୍ଧବ ଡ୍ୟାନ୍ସ କରି କରି ଏହାକୁ ଅଧିକ ଖାସ୍ କରିଥାନ୍ତି । ବାହାଘର ଉତ୍ସବରେ ଏପରି କିଛି ମୁହୂର୍ତ୍ତ ଆସିଥାଏ, ଯେବେ କନ୍ୟା ଓ ତାଙ୍କ ଘରଲୋକ ଇମୋସନାଲ ହୋଇଯାଆନ୍ତି । ଏପରି ଏକ ଭିଡିଓ ଜେଜେଙ୍କ ଭାଇରାଲ ହେଉଛି, ଯେକି ନିଜ ନାତୁଣୀର ବାହାଘରରେ ତାଙ୍କ ସହ ଡ୍ୟାନ୍ସ କରି କରି ଅଧିକ ଇମୋସନାଲ ହୋଇଥିବାର ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ‘ଯୋଡ଼ି ଫ୍ଲିନ୍ ଫଟୋଗ୍ରାଫୀ’ର ଆଇଡିରୁ ସେୟାର ହୋଇଛି । ଭିଡିଓରେ ଜଣେ କନ୍ୟା ଓ ତାଙ୍କ ଜେଜେଙ୍କର କିଛି ଇମୋସନାଲ ମୋମେଣ୍ଟ ରେକର୍ଡ ହୋଇଛି । ଭିଡିଓରେ କନିଆ ଧଳା ରଙ୍ଗର ଗ୍ରାଉନ୍ ପିନ୍ଧି ନିଜ ଜେଜେଙ୍କ ସହ ଧିରେ ଧିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ବ୍ୟାକଗ୍ରାଉଣ୍ଡରେ ‘ୟୁ ଆର ମାଇଁ ସନସାଇନ୍’ ଗୀତ ବାଜୁଛି, ସେବେ ଦୁହିଁଙ୍କ ଆଖିରୁ ଲୁହ ବାହାରି ପଡ଼ୁଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ୯.୨ ମିଲିୟନରୁ ଅଧିକ ଥର ଦେଖାସରିଛି । ପ୍ରତିଦିନ ଏହାର ଲାଇକ୍ ଓ ଭ୍ୟୁ ବଢ଼ିବାରେ ଲାଗିଛି । ୟୁଜର୍ସମାନେ ମଧ୍ୟ ଏହି ଭିଡିଓକୁ ଦେଖି ଭାବୁକ ହୋଇପଡ଼ିଛନ୍ତି । ଏହାର ସହ ସେମାନେ ଏହି ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।