fbpx
BJD SKY
BJD SKY

ଚୀନର ଆତଙ୍କବାଦୀ ପ୍ରେମ, ୟୁଏନରେ ଭାରତର ପ୍ରସ୍ତାବ ଉପରେ ସାଜିଲା ବାଧକ

BJD

ନୂଆଦିଲ୍ଲୀ: ପୁଣି ଥରେ ଆତଙ୍କବାଦୀ ପ୍ରତି ଦରଦ ଦେଖାଇଲା ଚୀନ। ଭାରତ ଏବଂ ଆମେରିକା ମିଶି ପୁଣି ଥରେ ଲସ୍କର ଏ ତୋଇବାର ଆତଙ୍କୀ ଶାହିଦ ମହସୁଦଙ୍କୁ ବିଶ୍ଵ ଆତଙ୍କୀ ଘୋଷିତ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ଚତୁର୍ଥ ଥର ଏଥିରେ ବାଧା ଦେଇଛି ଚୀନ। ଭାରତ ଦୀର୍ଘ ସମୟରୁ ମହସଦୁଙ୍କୁ ବିଶ୍ଵ ଆତଙ୍କୀ ଘୋଷିତ କରାଯାଉ ବୋଲି ପ୍ରୟାସ କରି ଆସିଛି। ହେଲେ ଚୀନ ସର୍ବଦା ପାକିସ୍ତାନକୁ ସମର୍ଥନ କରି ଆସିଛି। ଭାରତ ଏବଂ ଆମେରିକା ୧୨୬୭ ଅଲକାଏଦାର ଶାହିଦ ମହସଦକୁ ବିଶ୍ଵ ଆତଙ୍କୀ ଭାବେ ସୂଚୀବଦ୍ଧ କରିବାକୁ ପ୍ରସ୍ତାବ ଦେଇଥିଲେ।

ମହସୁଦ ଦୀର୍ଘ ସମୟ ଲସ୍କରର ମୁଖ୍ୟ ରହି ଆସିଛି। ସେ ୨୦୦୭ ଆତଙ୍କୀ ସଂଗଠନରେ ମିଶିଥିଲା। ଆମେରିକାରେ ଓବାମା ସରକାରଙ୍କ ସମୟରେ ଶାହିଦକୁ ଆତଙ୍କବାଦୀ ଭାବେ ଚିହ୍ନଟ କରାଯାଇଥିଲା। କାରଣ ଶାହିଦ ଆମେରିକା ଏବଂ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ବୋଲି ଆମେରିକା କହିଥିଲା। ଦୀର୍ଘ ସମୟ ଭାରତ ବିପକ୍ଷ ଆତଙ୍କବାଦୀ ଗତିବିଧିରେ ସକ୍ରିୟ ରହିଥିଲା।

୨୬/୧୧ ଆକ୍ରମଣ ମାଷ୍ଟର ମାଇଣ୍ଡ ସାଜିଦ ମୀର ମଧ୍ୟ ମହସୁଦର ଘନିଷ୍ଠ। ସେପ୍ଟେମ୍ବରରେ ଭାରତ ସାଜିଦ ମୀରକୁ ବି ବିଶ୍ଵ ଆତଙ୍କୀ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ସେଥର ବି ଚୀନ ବି ବାଧକ ସାଜିଥିଲା। ଭାରତରେ ଏଫଆଇଏଫ ଏବଂ ମହସୁଦ ବିରୋଧରେ ଏନଆଇଏ ଟେରର ଫଣ୍ଡିଂର ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସବୁଠୁ ବଡ କଥା ଚୀନ ନିଜ ଭିଟୋ କ୍ଷମତାର ପ୍ରୟୋଗ କରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ବିଶ୍ଵ ଆତଙ୍କୀ ଘୋଷିତ କରିବାରେ ବଡ ବାଧକ ସାଜିଛି।

Get real time updates directly on you device, subscribe now.