fbpx

ଆଶ୍ଚର୍ଯ୍ୟଜନକ କଥା! ଜଣେ ଲୋକସଭା ପ୍ରାର୍ଥୀଙ୍କର ମୋଟ ସମ୍ପତ୍ତିର ପରିମାଣ ମାତ୍ର ୨ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ବିଭିନ୍ନ ରାଜନୈତିକ ଦଳର ବହୁ କୋଟିପତି ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବା ଦେଖାଯାଉଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ରିପୋର୍ଟ ମୁତାବକ, ଆସନ୍ତା ୨୫ରେ ହେବାକୁ ଥିବା ୬ଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୮୬୬ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ମୁତାବକ, ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲଙ୍କର ମୋଟ ସମ୍ପତ୍ତିର ପରିମାଣ ୧ ହଜାର ୨୪୧ କୋଟି ଟଙ୍କା । ନବୀନଙ୍କ ପରେ ୪୮୨ କୋଟି ଟଙ୍କା ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ସଂତୃପ୍ତ ମିଶ୍ର ସବୁଠାରୁ ଧନୀ ପ୍ରାର୍ଥୀ ହୋଇଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ଗରିବ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ଏଡିଆର ରିପୋର୍ଟ ମୁତାବକ, ହରିୟାଣାର ରୋହତକ ଲୋକସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢ଼ୁଥିବା ରଣଧୀର ସିଂହ ସବୁଠାରୁ ଗରିବ ପ୍ରାର୍ଥୀ ଅଟନ୍ତି । ନିଜର ନାମାଙ୍କନ ପତ୍ର ଦାଖଲ କରିବା ସହିତ ରଣଧୀର ନିଜର ସମ୍ପତ୍ତିର ହିସାବ ଦେଇଛନ୍ତି । ରଣଧୀରଙ୍କ ମୋଟ ସମ୍ପତ୍ତିର ପରିମାଣ ମାତ୍ର ୨ ଟଙ୍କା ବୋଲି ଜଣାପଡ଼ିଛି । ଲୋକସଭା ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ନିୟମ ରହିଥିବା ବେଳେ ଏଭଳି ସ୍ଥିତିରେ ରଣଧୀରଙ୍କ ସମ୍ପତ୍ତିକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.