ଟି -୨୦ ବିଶ୍ୱକପ: ସୁପର-୧୨ ପ୍ରଥମ ମ୍ୟାଚରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଜିଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆରମ୍ଭ ହୋଇଛି। ପ୍ରଥମ ମୁକାବିଲାରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ବଡ ବ୍ୟବଧାନରେ ହରାଇଛି ପଡୋଶୀ ନ୍ୟୁଜିଲାଣ୍ଡ। ସିଡନୀରେ ଅନୁଷ୍ଠିତ ନ୍ୟୁଜିଲ୍ୟାଣ୍ଡ ପାଇଁ ଡିଭନ୍ କନୱେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଏହା ପରେ ଟିମ୍ ସାଉଥି,ମିଚେଲ ସାଂଟନାର ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ବିପଜ୍ଜନକ ବୋଲିଂର ସାମ୍ନା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କରିପାରି ନଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୧୧୧ରେ ଅଲଆଉଟ ହୋଇଯାଇଥିଲେ। ଡିଭନ୍ କନୱେ ମାତ୍ର ୫୮ ଟି ବଲରେ ୯୨ ରନ୍ କରିଥିଲେ।

କନୱେଙ୍କ ଦମଦାର ପାଳି ସାହାଯ୍ୟରେ ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଆଗରେ ଏକ ଚ୍ୟାଲେଞ୍ଜିଂ ୨୦୧ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାପୂର୍ବରୁ ଅନ୍ୟତମ ଓପନର ଫିନ୍ ଆଲେନ୍ ୧୬ ଟି ବଲରୁ ୪୨ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୧୧ ରନରେ ଅଟକି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରିବା ସହିତ ଇତିହାସ ରଚିଛି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଧିନାୟକଙ୍କ ଏହି ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇନଥିଲା କାରଣ ନ୍ୟୁଜିଲ୍ୟାଣ୍ଡର ଦଳ ଆରମ୍ଭରୁ ହିଁ ଦବଦବା ଜାହିର କରିଥିଲା। ତେବେ ୨୦୧ରନର ପିଛାକରି ଆୟୋଜକ ଅଷ୍ଟ୍ରେଲିୟ ଦଳ ଦ୍ୱିତୀୟ ଓଭରର ପ୍ରଥମ ବଲରେ ଡେଭିଡ ୱାର୍ନରଙ୍କ ରୂପରେ ପ୍ରଥମ ଉଇକେଟ ହରାଇଥିଲା। ଏହା ପରେ କଙ୍ଗାରୁ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା। ଦଳ ୬୮ ରନ୍ ଭିତରେ ୫ ୱିକେଟ୍ ହରାଇ ସାରିଥିଲା। ଏବଂ ୧୭.୧ ଓଭରରେ ୧୧୧ ରନରେ ଅଲଆଉଟ ହୋଇଯାଇଥିଲା।