fbpx

Video: ସର୍ବସମ୍ମୁଖରେ ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ, ତଥାପି ଆଶୀର୍ବାଦ ପାଇଁ ମହିଳା ପାଦ ଛୁଇଁଲେ

କର୍ଣ୍ଣାଟକ: ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମନ୍ତ୍ରୀ, ତଥାପି ମନ୍ତ୍ରୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଲେ ମହିଳା। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ବିଜନଗର ଜିଲ୍ଲାରେ। ଏକ କାର୍ଯ୍ୟକ୍ରମ ସମୟରେ କର୍ଣ୍ଣାଟକର ଗୃହ ଏବଂ ଭିତ୍ତିଭୁମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଜଣେ ମହିଳାଙ୍କୁ ସର୍ବସମ୍ମୂଖରେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ପୋଲିସ ମଧ୍ୟ ଦେଖିବାକୁ ମିଳନ୍ତି, କିନ୍ତୁ ମନ୍ତ୍ରୀ ଚାପୁଡ଼ା ମାରିବା ପରେ ସେମାନେ ମଧ୍ୟ ଚୁପ୍ ରହିଥିଲେ।

ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟ ତାଲୁକରେ ଏହି ଘଟଣା ଘଟିଛି। ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଜମିର ମାଲିକାନା ବଣ୍ଟନ କରୁଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇଙ୍କୁ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ବିଜନଗର ଜିଲ୍ଲାର ଗୁଣ୍ଡଲୁପେଟ ତାଲୁକରେ ଏହି ଘଟଣା ଘଟିଛି। ଅଭିଯୋଗ ହୋଇଛି ଯେ ଉପକରଣ ବଣ୍ଟନ ପାଇଁ ହିତାଧିକାରୀଙ୍କୁ ସଠିକ୍ ଭାବେ ଚୟନ କରାଯାଇ ନାହିଁ ଏବଂ ଏହାଦ୍ୱାରା ବିବାଦ ଦେଖାଦେଇଥିଲା।

ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଯେ, ଚାପୁଡ଼ା ମାରିବା ଘଟଣା ପରେ ମଧ୍ୟ ମହିଳା ମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ମନ୍ତ୍ରୀ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବା ପରେ ମହିଳା ଜଣକ ଦାବି କରିଛନ୍ତି ଯେ ମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିବେ। ଏହି ଘଟଣାକୁ ନେଇ କଂଗ୍ରେସର ରଣଦୀପ ସିଂ ସୁରଜେୱାଲା କହିଛନ୍ତି, “ଗୋଟିଏ ପଟେ ଲୋକଙ୍କୁ ୪୦ପ୍ରତିଶତ କମିଶନଙ୍କ ଭାରୀ ଭାର ବହନ କରିବାକୁ ପଡିବ ଏବଂ ଅନ୍ୟ ପଟେ ମହିଳାମାନେ ଶକ୍ତି ମଦ୍ୟପ ମନ୍ତ୍ରୀଙ୍କ ଦ୍ୱାରା ଚାପୁଡ଼ା ମାରିବେ। ତେବେ ଏହୂଇ ଘଟଣାରେ ମୁଖ୍ୟମନ୍ତ୍ରୀ ବମ୍ମାଇ ଏପରି ମନ୍ତ୍ରୀଙ୍କୁ ବରଖାସ୍ତ କରିବ କି?” ବୋଲି ସେ ପ୍ରଶ୍ନ କରିଛନ୍ତି।

Get real time updates directly on you device, subscribe now.