fbpx

Odisha Civil Service ପରୀକ୍ଷା ଏଣିକି ଓଡ଼ିଆ ଭାଷାରେ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ପାଇଁ ଏକ ବଡ଼ ଖୁସି ଖବର । ଏଣିକି ଓଡ଼ିଆ ଭାଷାରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା । ଲିଖିତ ଓ ମୌଖିକ ପରୀକ୍ଷା ଉଭୟ ଓଡ଼ିଆ ଇଂରାଜୀ ଭାଷାରେ କରାଯିବ । ଭାଷାଭିତ୍ତିକ ପରୀକ୍ଷା ବ୍ୟତୀତ ଅନ୍ୟ ବିଷୟର ପରୀକ୍ଷା ମଧ୍ୟ ଉଭୟ ଭାଷାରେ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସସି)ରେ ପରୀକ୍ଷାର୍ଥୀମାନେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ଦେଇ ଆସୁଛନ୍ତି । ମାତ୍ର ଓସିଏସ ପରୀକ୍ଷା ଓଡ଼ିଆ ଭାଷାରେ ହେଉନଥିଲା । ତେଣୁ ଏନେଇ ଭାଷାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଗତ ୨୦୧୧ରେ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଓଡ଼ିଆ ଭାଷାରେ ପରୀକ୍ଷା କରାଇବା ନେଇ କୋର୍ଟ ଗତ ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

ଗତ ୨୦୧୭ରେ ଇଂରାଜୀ ପ୍ରଶ୍ନପତ୍ରର ଉତ୍ତର ଓଡ଼ିଆରେ ଲେଖିବାକୁ ଅନୁମତି ଦିଆଯାଇଥିଲା । ତେବେ ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇ ପାରିନଥିଲେ । ତେଣୁ ପରବର୍ତ୍ତୀ ସମୟରେ ଏନେଇ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଣିକି ଓଡ଼ିଆ ଭାଷାରେ ଓସିଏସ ପ୍ରିଲିମିନାରୀ, ମେନ୍ ଓ ସାକ୍ଷାତକାର ପରୀକ୍ଷା ହେବ । ପ୍ରଶ୍ନପତ୍ରଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀରେ ରହିବ । ଏ ବାବଦରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଚିଠି ଲେଖି ଅବଗତ କରାଯାଇଥିଲା ।

Get real time updates directly on you device, subscribe now.