fbpx

(Video) ମାଡ଼ି ଆସିବ କି ମହାବିପଦ: ପୁରୀ ଶ୍ରୀମନ୍ଦିରରୁ ଖସିଲା ୨୦ କେଜିର ପଥର, ମହାପ୍ରଭୁଙ୍କର ଏ କି ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ପ୍ରଭୁଙ୍କ ଦର୍ଶନ ଟିକିଏ ପାଇବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଧାଇଁ ଆସିଥାନ୍ତି ପୁରୀ । କାଳିଆର ଦୁଇ ଆଖିକୁ ଥରେ ଦେଖିଦେଲେ ସତେ ଯେମିତି ଭକ୍ତର କୋଟି ପାପ କ୍ଷୟ ହୋଇଯାଏ । ସେ କଥା କେବଳ ଗୋଟିଏ ଭକ୍ତ ହିଁ ବୁଝି ପାରିବ । ବେଳେବେଳେ ମହାପ୍ରଭୁଙ୍କ ଧାମରେ ଅନେକ ଅଘଟଣ ଦେଖିବାକୁ ମିଳିଥାଏ । ସେନେଇ ଭକ୍ତମାନେ ଭୀତତ୍ରସ୍ତ ହୋଇ ଉଠିଥାନ୍ତି ।

ପ୍ରଥମେ ଶ୍ରୀମନ୍ଦିର ଉପରେ ଚିଲ ଉଡିଲା । ତା’ପରେ ବାଇଶି ପାହାଚରେ ପାଣି ପଶିଲା । ଆଉ ଏବେ ବଡ଼ ଦେଉଳରୁ ଖସିଲା ପଥର । ମହାପ୍ରଭୁଙ୍କ ଏହା କି ସଙ୍କେତ । ମାଡ଼ି ଆସୁଛି କି ମହାବିପତ୍ତି । ନିକଟରେ ପୁଣି ଥରେ ବଡ଼ ଦେଉଳରୁ ପଥର ଖସିଛି । ବଡ଼ ଦେଉଳରୁ ଖସିଥିବା ଏହି ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ । ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ସେବକ ତଥା ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରେ ପଥର ଖସିଥିଲା । ରବିବାର ଅପରାହ୍ଣରେ ଦେଖିବାକୁ ମିଳିଥିଲା ଏପରି ଏକ ଅଘଟଣ ।

ରବିବାର ଅପରାହ୍ଣରେ ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପଟରୁ ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ଼ଦେଉଳ ଉପରୁ ଏହି ପଥର ଖସିଥିଲା । ଭିତର ବେଢ଼ା କନ୍ଦିରେ ଖସିଥିବା ପଥର ଦ୍ୱାରା କାହାରି କିଛି କ୍ଷତି ହୋଇ ନାହିଁ । ତେବେ ମନ୍ଦିରରୁ ପଥର ଖସିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ମାତ୍ର ମହାପ୍ରଭୁଙ୍କ କ୍ଷେତ୍ରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ଜାରି ରହିଛି । ପୃଥିବୀକୁ ବିପଦ ମାଡ଼ି ଆସୁଥିବା ନେଇ ପୂର୍ବରୁ ମାଳିକା ଅନେକ ଭବିଷ୍ୟବାଣୀ କରିଥିବା ବେଳେ ବର୍ତ୍ତମାନ ଅନୁରୂପ ଭୟର ଭାବନା ସମସ୍ତଙ୍କ ମନକୁ ଆଚ୍ଛନ୍ନ କରିଦେଇଛି ।

Get real time updates directly on you device, subscribe now.