fbpx

Philips Job Cut! ୪୦୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ଜାରି ରହିଛି । ନିକଟରେ ମାଇକ୍ରୋସଫ୍ଟ ୧ ହଜାର ଲୋକଙ୍କୁ ଚାକିରିରୁ ଛଟେଇ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ସେହିପରି ମୋର୍ଗାନ ଷ୍ଟାନଲେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । ତେବେ ଏହା ମଧ୍ୟରେ ପୁଣି ଏକ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ୪ ହଜାର ଲୋକଙ୍କୁ ଚାକିରିରୁ ଛଟେଇ କରିବାକୁ ଯାଉଛି ।

ରିପୋର୍ଟ ମୁତାବକ, ଫିଲିପସ ୪ ହଜାର ଷ୍ଟାଫରୁ ଚାକିରିରୁ ଛଟେଇ କରିବାକୁ ଯାଉଛି । କମ୍ପାନୀର ଉତ୍ପାଦକତାରେ ସୁଧାର ଆଣିବା ଓ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ନିକଟରେ କମ୍ପାନୀ ତରଫରୁ ତ୍ରୈମାସିକ ରେଜଲ୍ଟ ଜାରି କରାଯାଇଥିବା ବେଳେ ଏହି ସମୟରେ ଲୋକଙ୍କୁ ଚାକିରିରୁ ଛଟେଇ କରିବା ନିଷ୍ପତ୍ତି ନିଆଯାଇଛି । ଏହି ତିନି ମାସରେ ବିକ୍ରି ଅପରେସନ ଓ ସପ୍ଲାଇ କାରଣରୁ କମ୍ପାନୀର ବହୁତ କ୍ଷତି ଘଟିଥିବା କୁହାଯାଇଛି ।

ଏନେଇ କମ୍ପାନୀର ସିଇଓ ରାୟ ଜ୍ୟାକବସ୍ କହିଛନ୍ତି, ଉତ୍ପାଦକତା ଓ ବୟସ୍କ କର୍ମଚାରୀଙ୍କ କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟରେ କମ୍ପାନୀ ବିଶ୍ୱସ୍ତରରେ ୪ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବ । ଏହା ଏକ କଠିନ ନିଷ୍ପତ୍ତି ହୋଇଥିଲେ ହେଁ ଏହା କମ୍ପାନୀ ପାଇଁ ଜରୁରୀ ଅଟେ । ଆମେ ଏହି ନିଷ୍ପତ୍ତିକୁ ହାଲୁକାରେ ନେଉ ନାହୁଁ, ପ୍ରଭାବିତ କର୍ମଚାରୀଙ୍କ ପ୍ରତି କମ୍ପାନୀର ସର୍ବଦା ସମ୍ମାନ ରହିଛି ।

Get real time updates directly on you device, subscribe now.