fbpx

Video: ଫେକ୍ ନ୍ୟୁଜ୍‌କୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ-ତଥ୍ୟ ଯାଞ୍ଚ ନକରି ମେସେଜ୍ ଫରୱାଡ୍ କରନ୍ତୁ ନାହିଁ

ନୁଆଦିଲ୍ଲୀ: ହରିୟାଣାର ସୂରଜକୁଣ୍ଡରେ ଆୟୋଜିତ ରାଜ୍ୟମାନଙ୍କର ଗୃହମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା ଫେକ୍ ନ୍ୟୁଜ୍‌(ମିଥ୍ୟା ଖବର)କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏଭଳି କୋଣସି ବି ଛୋଟ ଭୁଲ୍ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ କରିବା ସହ ଏହା ବିରୁଦ୍ଧରେ ଲଢିବାକୁ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥି ପାଇଁ ଏହା ଜରୁରୀ ଯେ, କୋଣସି ମେସେଜ୍ ଫରୱାଡ୍ କରିବା ପୁର୍ବରୁ ଏହାର ଫ୍ୟକ୍ଟ ଚେକ୍‌(ସତ୍ୟତା ଅନୁସନ୍ଧାନ) କରିବା ଉଚିତ୍। ଏହା ସହିତ ସେ ଲୋକମାନଙ୍କୁ ଫେକ୍ ନ୍ୟୁଜ୍ ସେୟାର ନକରିବା ଲାଗି ଅପିଲ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବୀରରେ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ, ସୋସିଆଲ ମିଡିଆର ଶକ୍ତିକୁ ଆମକୁ ଅବମାନନା କରିବାର ଆବଶ୍ୟକତା ନାହିଁ। ଏକ ଛୋଟ ଫେକ୍ ନ୍ୟୁଜ୍ ସମଗ୍ର ଦେଶରେ ଏକ ବଡ଼ ଧରଣର ସୃଷ୍ଟି କରିପାରେ। ତେଣୁ ଏହାକୁ ପଠାଇବା ପୂର୍ବରୁ ୧୦ ଥର ଚିନ୍ତା କରନ୍ତୁ, ଯଦି ଏଭଳି କିଛି କବର ଆସେ ତେବେ ଏହାକୁ ଗ୍ରହଣ କରିବା ପୂର୍ବରୁ ଯାଞ୍ଚ ମଧ୍ୟ କରନ୍ତୁ। ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଯାଞ୍ଚର ଏକ ବ୍ୟବସ୍ଥା ଅଛି। ଏକ ଫ୍ୟାକ୍ଟ ଯାଞ୍ଚ କରିବାକୁ ଆପଣଙ୍କୁ ସୋସିଆଲ ମିଡିଆର ସାମାନ୍ୟ କଷ୍ଟ କରିବାକୁ ପଡିବ। ସେହିପରି ପ୍ରଧାନମନ୍ତ୍ରୀ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ସମସ୍ତଙ୍କ ଦାୟିତ୍ବ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଚିନ୍ତନ ଶିବୀର’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖିବା, ପ୍ରେରଣା ନେବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଛନ୍ତି।

Get real time updates directly on you device, subscribe now.