fbpx

ଆଜିଠାରୁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ, ସକାଳ ୬ରୁ ୯ ମଧ୍ୟରେ ଗାଡ଼ି ପ୍ରବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୀର୍ଘଦିନ ପରେ ଶିମିଳିପାଳ ଖୋଲିଥିବାରୁ ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ପର୍ଯ୍ୟଟକମାନେ ଏହି ଉଦ୍ୟାନର ଇକୋ କଟେଜକୁ ଉପଭୋଗ କରିବେ । ସେଥିରେ ସଜେଇ ହୋଇ ରହିଥିବା ଘଞ୍ଚ ଜଙ୍ଗ, ଉଚ୍ଚ ପର୍ବତ ଓ ପର୍ବତ ଶିଖରରୁ ତଳକୁ ବୋହି ଆସୁଥିବା ଜଳପ୍ରପାତର ମଜା ଉଠାଇବେ ପର୍ଯ୍ୟଟକମାନେ ।

ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିବ । ବାରିପଦାରୁ ଲୁଲୁଙ୍ଗ ପଟୁ ୨୫ଟି ଗାଡ଼କୁ ପ୍ରବେଶ ଅନୁମତି ରହିଥିବା ବେଳେ ଯଶିପୁର କାଳିଆଣି ଗେଟ ଦେଇ ଦୈନିକ ୩୫ଟି ଗାଡ଼ିକୁ ପ୍ରବେଶ ଅନୁମତି ଦିଆଯିବ । ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଓ ଜାମୁଆଣି ଠାରେ ଇକୋ କଟେଜର ମଜା ଉଠାଇବା ପାଇଁ ଯାତ୍ରୀମାନେ ପୂର୍ବରୁ ଅନଲାଇନରେ ଲଗ୍ ଇନ୍ କରି ବୁକିଂ କରିବାକୁ ପଡ଼ିବ । ସେଥିପାଇଁ ପର୍ଯ୍ୟଟକଙ୍କ www.odishaecotourism.com ୱେବସାଇଟକୁ ଯିବାକୁ ପଡ଼ିବ ।

ଶିମିଳିପାଳ ଭିତରେ ପର୍ଯ୍ୟଟକମାନେ ପଲିଥିନ ବ୍ୟବହାର ନ କରିବା ନେଇ ପୂର୍ବରୁ କଣକଣା ଲାଗୁ କରାଯାଇଛି । ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ପ୍ରଥମେ ଫାଟକରୁ ଅନୁମତି ପତ୍ର ନେଇ ନେଇପାରିବେ । ଏହା ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମିଳିବାର ବ୍ୟବସ୍ଥା ହୋଇଛି । ଏହି ଫାଟକରୁ ଭାରିଯାନ ନିଷେଧ ହୋଇଥିବା ବେଳେ ଦ୍ୱିତୀୟ ଫାଟକରୁ ସମସ୍ତ ଯାନ ନିଷେଧ କରାଯାଇଛି । ଅପରାହ୍ଣ ୪ଟା ପୂର୍ବରୁ ପର୍ଯ୍ୟଟକଙ୍କୁ ଏହି ସ୍ଥାନ ଛାଡ଼ିବାକୁ ପଡ଼ିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.