fbpx

ଗୁଜରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ପାକିସ୍ତାନୀ, ବାଂଲାଦେଶୀ, ଆଫଗାନୀ ସଂଖ୍ୟାଲଘୁଙ୍କୁ ମିଳିବ ଭାରତର ନାଗରିକତା

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ଏକ ଜୋରଦାର ମୁକାବିଲା ଆରମ୍ଭ ହୋଇଯାଇଛି । ତେବେ ଏହି ଅବସରରେ କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପାକିସ୍ତାନୀ, ବାଂଲାଦେଶୀ ଓ ଆଫଗାନୀ ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ମିଳିବ । ଏନେଇ କିଛି ସର୍ତ୍ତ ରହିଥିବା ବେଳେ ଏ ବାବଦରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ନୋଟିଫିକେସନ ମୁତାବକ, ଯେଉଁ ହିନ୍ଦୁ, ଶିଖ, ବୁଦ୍ଧ, ଜୈନ, ପାର୍ସୀ, ଈସାଈ ଗୁଜରାଟର ଆନନ୍ଦ ଓ ମହେସାଣ ଜିଲ୍ଲାରେ ରହୁଥିବେ, ସେମାନଙ୍କୁ ନାଗରିକତା ଅଧିନିୟମ ୧୯୫୫ର ଧାରା ୬ ଓ ନାଗରିକତା ନିୟମ, ୨୦୦୯ର ବ୍ୟବସ୍ଥା ଅନୁସାରେ ଭାରତର ନାଗରିକତା ପାଇଁ ରେଜିଷ୍ଟ୍ରେସନ କରିବାକୁ ଅନୁମତି ଦିଆଯିବ । ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସି ଗୁଜରାଟର ଏହି ଦୁଇ ଜିଲ୍ଲାରେ ରହୁଥିବା ବିଭିନ୍ନ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତା ମିଳିବ ।

ଗୁଜୁରାଟର ଏହିଦୁଇ ଜିଲ୍ଲାର ଅଧିବାସୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହାପରେ ଜିଲ୍ଲାସ୍ତରରେ କଲେକ୍ଟର ଏହାର ଭେରିଫିକେସନ କରିବେ । ତେବେ ଆବେଦନ ସହିତ କଲେକ୍ଟର ନିଜର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ପୂରା ପ୍ରକ୍ରିୟା ସମାପ୍ତ ହେବା ପରେ କଲେକ୍ଟର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ସହ ପ୍ରମାଣପତ୍ର ଜାରି କରିବେ । କଲେକ୍ଟରଙ୍କ ଦ୍ୱାରା ଅନଲାଇନ୍ ସହିତ ଭୌତିକ ଭାବେ ମଧ୍ୟ ରେଜିଷ୍ଟ୍ରେସନ କରାଯିବ । ନାଗରିକତା ରେଜିଷ୍ଟ୍ରେସନର ଏକ କପି କେନ୍ଦ୍ର ସରକାରଙ୍କୁ ପଠାଯିବ ।

Get real time updates directly on you device, subscribe now.