fbpx

ରାଜ୍ୟର ୬୪୮ଟି ହାଇସ୍କୁଲକୁ ମିଳିବ ପୂର୍ଣ୍ଣ ଅନୁଦାନ: ନିଯୁକ୍ତି ପାଇବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରି ଆସିଛନ୍ତି । ସରକାରୀ ସ୍କୁଲଗୁଡ଼ିକରେ ନବକଳେବର କରାଯିବା ସହ ଖାଲିଥିବା ଶିକ୍ଷକ ଓ ଅନ୍ୟାନ୍ୟ ପଦବୀଗୁଡ଼ିକୁ ପୂରଣ କରାଯାଉଛି । ଏହି କ୍ରମରେ ରାଜ୍ୟ ସରକାର ନୂତନ ଶିକ୍ଷକ ପଦବୀ ସୃଷ୍ଟି, ଅନୁଦାନ ପ୍ରାପ୍ତ ସ୍କୁଲକୁ ପୂର୍ଣ୍ଣ ଅନୁଦାନ, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରୂପାନ୍ତରିତ ସ୍କୁଲମାନଙ୍କରେ ୮ ହଜାରରୁ ଅଧିକ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇବେ । ସେମାନେ ସମସ୍ତେ ଆଉଟସୋର୍ସିଂ ପଦ୍ଧତିରେ ନିଯୁକ୍ତି ପାଇବେ । ଏଥିସହିତ ୬୪୮ଟି ଅନୁଦାନପ୍ରାପ୍ତ ହାଇସ୍କୁଲକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯିବା ସହ ନୂତନ ଶିକ୍ଷକ ପଦ ସୃଷ୍ଟି କରାଯିବ । ଏ ବାବଦରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ୬୪୮ଟି ହାଇସ୍କୁଲକୁ ପୂର୍ଣ୍ଣ ଅନୁଦାନ, ନୂତନ ଶିକ୍ଷକ ପଦବୀ ସୃଷ୍ଟି, ଉର୍ଦ୍ଦୁ ଶିକ୍ଷକ ଓ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ଭାବେ ମାନ୍ୟତା ପ୍ରାପ୍ତ ହାଇସ୍କୁଲ ତଥା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ଶିକ୍ଷକ ପଦ ସୃଷ୍ଟି ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.