fbpx

୨୦୨୩ କ୍ୟାଲେଣ୍ଡର ବର୍ଷରେ କେତେଦିନ ସରକାରୀ ଅଫିସ ବନ୍ଦ ରହିବ: ରାଜ୍ୟ ସରକାର ଘୋଷଣା କଲେ ଛୁଟି ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୩ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଲିଷ୍ଟ ଘୋଷଣା କରାଯାଇଛି । ଏହି ଲିଷ୍ଟରେ ରବିବାରଗୁଡ଼ିକୁ ଛୁଟିଦିନ ଭାବେ ସାମିଲ କରାଯାଇ ନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ସରକାରୀ ଅଫିସ, ରାଜସ୍ୱ ଓ ବିଚାର ବିଭାଗୀୟ ଅଫିସଗୁଡ଼ିକ ବିଭିନ୍ନ ପର୍ବପର୍ବାଣୀ/ ସ୍ମରଣୀୟ ଉତ୍ସବମାନଙ୍କରେ କେତେଦିନ ପାଇଁ ବନ୍ଦ ରହିବ, ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି ।

ଏ ବାବଦରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଛୁଟିଦିନ ବ୍ୟତୀତ ସରକାରୀ କର୍ମଚାରୀମାନେ ସେମାନଙ୍କର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ଅତିରିକ୍ତ ଛୁଟି ନେଇ ପାରିବେ । ସୂଚନାଯୋଗ୍ୟ ଯେ, ଚଳିତ ୨୦୨୨ ବର୍ଷ ସମାପ୍ତ ହେବାକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ଏହା ପରେ ୨୦୨୩ ନୂଆ ବର୍ଷ ଆରମ୍ଭ ହେବ ।

ରାଜ୍ୟ ସରକାର ଆସନ୍ତା କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରସ୍ତୁତ କରିଛନ୍ତି । ତେବେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ, ଝଡ଼ ତୋଫାନ, ବନ୍ୟା, ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଅତିରିକ୍ତ ଜରୁରୀକାଳୀନ ଛୁଟି ଘୋଷଣା କରିଥାନ୍ତି । ଏଥିସହିତ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ବସ୍, ଟ୍ରେନ ପରିବହନ ବ୍ୟବସ୍ଥାକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି ।

Get real time updates directly on you device, subscribe now.