fbpx

Video: ଯୁବକଙ୍କୁ କୁକୁର କାମୁଡିବା ପରେ କରୁଛନ୍ତି ଅଜବ ବ୍ୟବହାର, ଭୁ ଭୁ ହୋଇ ଭୁକୁଛନ୍ତି

ଆଠଗଡ: ଆପଣ ପୂର୍ବରୁ ସିନେମାରେ ଦେଖିଥିବେ କୁକୁର କାମୁଡ଼ିଲେ କିମ୍ବା କୁକୁର ବିସ୍କୁଟ ଖାଇ ମଣିଷ କୁକୁର ପରି ବ୍ୟବହାର କରିବାର। ବାସ୍ତବରେ ଏପରି ଖବର କମ ଦେଖିବାକୁ ମିଳେ। ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଭୟଙ୍କର ମଧ୍ୟ। ଏଭଳି ଏକ ସତ ଖବର ଦେଖିବାକୁ ମିଳିଛି ଆଠଗଡ ଅଞ୍ଚଳରେ। ଜଣେ ଯୁବକଙ୍କୁ କୁକୁର କାମୁଡିବା ପରେ ସେ କୁକୁର ପରି ଆଚରଣ କରୁଛନ୍ତି। ଯୁବକ ଜଣକ ଜିଭକୁ କାଢି ଠିକ୍ କୁକୁର ପରି ଲାଳ ଗାଡ଼ାଇବା ସହ ଭୁ ଭୁ ହୋଇ ଭୁକୁଛନ୍ତି ମଧ୍ୟ।

ସୂଚାନୁନୁସାରେ ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଉଦୟପୁର ଗ୍ରାମରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କର ଏଭଳି ବ୍ୟବହାର ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଆସିଥିଲେ। ତେବେ ଯୁବକ କୁକୁର ଭଳି ଆଚରଣ କରୁଛନ୍ତି କାହିଁକି କରୁଛନ୍ତି ତାହା ସ୍ପଷ୍ଟ ଜଣା ନଥିବା ବେଳେ ଡ଼ାକ୍ତରଙ୍କ କହିବା ମୁତାବକ କୁକୁର କାମୁଡ଼ିଲେ ଏଇଭଳି ହୋଇଥାଏ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଷ୍ଟ୍ରେଚରରେ ଯୁବକ ଜଣକ କ୍ଷଣକ ପାଇଁ ଶୋଇପାରୁନାହାନ୍ତି। ଯେମିତି ଗୋଟିଏ ବୁଲା କୁକୁର ବ୍ୟବହାର କରେ ସେମିତି ଠିକ୍ ବ୍ୟବହାର କରୁଛନ୍ତି। ଠିକ୍ କୁକୁର ପାରି ତାଙ୍କର ସବୁ ଆଚରଣ କରୁଛନ୍ତି।

 

Get real time updates directly on you device, subscribe now.