fbpx

ରକ୍ତ ସଂପର୍କରେ ଲାଗିଲା ଲହୁ: ବଡଭାଇ ନେଲା ସାନଭାଇ ଜୀବନ

କଟକ: ପାରିବାରିକ କଳହରେ ବଡଭାଇ ନେଲା ସାନଭାଇ ଜୀବନ । ହତ୍ୟାକାଣ୍ଡଟି ଘଟିଛି କଟକ ଜିଲ୍ଲାର ବାଉଁଶ ଗଳି ଅଂଚଳରେ । ବଡ ଭାଇର ଆକ୍ରମଣରେ ସାନ ଭାଇ ପ୍ରାଣ ହରାଇଛି । ହତ୍ୟାକାଣ୍ଡର କାରଣ ସପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ସଫିଉଲ୍ଲା ଖାନ ।

ଘରର ଜମିବାଡିକୁ ନେଇ ପାରିବାରିକ କଳହ ଲାଗିଥିଲା । ଏନେଇ ୨ଭାଇ ନିଜ ନିଜ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ହେଲେ ବଡଭାଇ ଅଧିକ ରାଗିଯାଇ ସାନଭାଇ ସଫିଉଲ୍ଲାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ସଙ୍ଗେସଙ୍ଗେ ସାନ ଭାଇର ମୃତ୍ୟୁ ଘଟିଛି । ଖବର ପାଇ ଦରଘା ବଜାର ଥାନା ପୋଲିସ ସେଠାରେ ପହଁଚିଥିଲା । ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ଅଭିଯୁକ୍ତ ବଡଭାଇକୁ ଥାନାରେ ଅଟକ କରାଯାଇଛି । ଅଧିକ ତଥ୍ୟର ଅନୁସନ୍ଧାନ କରାଯାଉଥିବା ବେଳେ ଅପରାଧୀକୁ ପଚରାଉଚରା କରୁଛି ପୋଲିସ ।

Get real time updates directly on you device, subscribe now.