fbpx

Video: ଖବର କାଗଜ ପଢୁ ପଢୁ ଗଳି ପଡ଼ିଲେ ତଳେ, ଉଡ଼ିଗଲା ପ୍ରାଣବାୟୁ

ନୁଆଦିଲ୍ଲୀ: ଖବର କାଗଜ ପଢୁପଢୁ ଚାଲିଗଲା ଜୀବନ। ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ରାଜସ୍ଥାନର ବାଡ଼େମେର ଏକ କ୍ଲିନିକ୍‌ରେ। ଏହି ଘଟଣା ଶନିବାର ସକାଳ ୧୦ଟା ସମୟରେ ଘଟିଥିଲା। ଦୀଲ୍ଲୀପ କୁମାର ମଦନୀ(୬୧) ନାମକ ଜଣେ ବ୍ୟକ୍ତି ଦାନ୍ତ ଯନ୍ତ୍ରଣା ହେଉଥିବା କାରଣରୁ ଡାକ୍ତରଙ୍କ ପାଖକୁ ଆସିଥିଲେ। ଏହି ସମୟରେ ନିଜର ନମ୍ବର ଆସିବାକୁ ଅପେକ୍ଷା କରି ଖବର କାଗଜ ପଢୁଥିଲ। ଏହି ସମୟରେ ହଟାତ୍ ତାଙ୍କୁ ଅସହଜ ଅନୁଭବ ହୋଇଥିଲା ଏବଂ ଚାହୁଁ ଚାହୁଁ ସେ ତାଙ୍କ ଚେୟାରରୁ ଗଳି ପଡ଼ିଥିଲେ।

ଏହା ଦେଖି କ୍ଲନିକ୍‌ର ଜଣେ କର୍ମଚାରୀ ଦିଲ୍ଲୀପଙ୍କ ଆଡ଼କୁ ଦୌଡ଼ି ଅସିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ। କିନ୍ତୁ ଦିଲ୍ଲୀପଙ୍କର ଜୀବନ ବଞ୍ଚାଇପାରି ନଥିଲେ। ଏହି ଘଟଣାର ପୂରା ଦୃଶ୍ୟ କ୍ଲନିକ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା।

ରିପୋର୍ଟ ମୁତାବକ, ବାଡ଼ମେରର ପଚପଦରା ଅଞ୍ଚଳର ନିବାସୀ ଦିଲୀପ କୁମାର ଦୀର୍ଘ ବର୍ଷ ଧରି ସୁରଟରେ କପଡା ବ୍ୟବସାୟ କରୁଥିଲେ। କିଛି ଦିନ ତଳେ ସେ ଏକ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବାଡ଼ମେର ଆସିଥିଲେ। ୫ ନଭେମ୍ବରରେ ତାଙ୍କୁ ଦାନ୍ତରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଚିକିତ୍ସା ପାଇଁ କ୍ଲିନିକରେ ପହଞ୍ଚିଥିଲେ। ୱେଟିଂ ହଲରେ ବସି ସେ ଖବରକାଗଜ ପଢ଼ୁଥିବା ସମୟରେ ହଠାତ୍‌ ବେହୋଶ୍‌ ହୋଇ ତଳେ ପଡ଼ିଯାଇଥିଲେ।

ଏହି ଘଟଣାକୁ ନେଇ କ୍ଲିନିକର ମାଲିକ କହିଛନ୍ତି ଯେ, ସେ ଦିଲ୍ଲୀପଙ୍କ ପରିବାର ସହିତ ଏ ବିଷୟରେ ଆଲୋଚନା ନକରି କୌଣସି ସୂଚନା ଦେଇ ପାରିବେ ନାହିଁ। ତାଙ୍କୁ ଏକ ଆଟାକ୍ ଆସିଥିଲା ଏବଂ କ୍ଲିନିକର ଜଣେ ଷ୍ଟାଫ ତାଙ୍କୁ ଏକ ଟାକ୍ସି ସାହାଯ୍ୟରେ ମେଡିକାଲରେ ପହଞ୍ଚାଇଥିଲେ। ସେହିପରି ଦିଲ୍ଲୀପଙ୍କ ଭାଇ କହିଛନ୍ତି ଯେ, ଶନିବାର ସକାଳେ ସେ ଠିକ୍ ଥିଲେ। ହୋଇପାରେ ତାଙ୍କୁ ହୃଦଘାତ ଆସିଥାଇ ପାରେ।

Get real time updates directly on you device, subscribe now.