fbpx

SSCରେ ୨୪ ହଜାରରୁ ଅଧିକ ପଦବୀ ଖାଲି: ନଭେମ୍ବର ୩୦ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ୨୪ ହଜାର ୩୬୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସିଏପିଏଫ, ଏସଏସଏଫ ଓ ଆସାମ ରାଇଫଲ୍ସରେ କନଷ୍ଟେବଲ ଜିଡି ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଳିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ।

ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି/ ଏସଟି/, ଏକ୍ସ ସର୍ଭିସମ୍ୟାନ, ମହିଳାଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ । ଅକ୍ଟୋବର ୨୭ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଆସନ୍ତା ବର୍ଷ ଜାନୁଆରୀ ମାସରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ ।

ପ୍ରାର୍ଥୀଙ୍କର ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିବା ଦରକାର । ପରୀକ୍ଷା ଇଂରାଜୀ ଓ ହିନ୍ଦି ଭାଷାରେ କରାଯିବ । ସିଲେକ୍ସନ ପରେ ପ୍ରାର୍ଥୀଙ୍କ ଦରମା ପେ-ଲେବଲ ୧ରେ ୧୮,୦୦୦ରୁ ୫୬,୯୦୦ ମଧ୍ୟରେ ଓ ଲେବଲ-୩ରେ ୨୧,୭୦୦ରୁ ୬୯,୧୦୦ ଟଙ୍କା ମଧ୍ୟରେ ରହିବ ।

ନୋଟିଫିକେସନ ଲିଙ୍କ: https://ssc.nic.in/SSCFileServer/PortalManagement/UploadedFiles/notice_ctgd_27102022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ssc.nic.in/

Get real time updates directly on you device, subscribe now.