fbpx

ଚାକିରି ଆଶାୟୀଙ୍କୁ ବଡ଼ ଝଟକା: ପ୍ରାଇଭେଟ ସେକ୍ଟରରେ ଅଭିଜ୍ଞତା ନଥିଲେ ମିଳିବନି ସରକାରୀ ଚାକିରି

ନୂଆଦିଲ୍ଲୀ: ଆଜିର ସମୟରେ ଚାକିରି ହେଉଛି ଯୁବପୀଢ଼ିଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା । ଦେଶର କିଛି ଲୋକ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ବେଳେ ଆଉ କିଛି ସରକାରୀ ସ୍ତରରେ କାର୍ୟ୍ୟ କରିଥାନ୍ତି । ତେବେ ସାଧାରଣ ବର୍ଗର ଲୋକମାନେ ସ୍ଥାୟିତ୍ୱ ଦୃଷ୍ଟିରୁ ସରକାରୀ ଚାକିରିକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଯଦି ଆପଣ ଘରୋଇ କ୍ଷେତ୍ରରେ ଚାକିରି କରି ନଥିବେ ତେବେ ଆପଣଙ୍କୁ ସରକାରୀ ଚାକିରି ମିଳିବ ନାହିଁ ।

ସୂଚନା ମୁତାବକ, ନିକଟରେ ଗୋଆ ସରକାର ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରି ପାଇବାକୁ ହେଲେ ଘରୋଇ ଚାକିରି କରିବା ଜରୁରୀ । ଆପଣ ଯେ କୌଣସି ପରୀକ୍ଷାରେ ପାସ କରନ୍ତୁ, ଯେତେ ନମ୍ବର ରଖନ୍ତୁ ତାହାର ମୂଲ୍ୟ କିଛି ରହିବ ନାହିଁ । ସରକାରୀ ଚାକିରି ପାଇଁ ପ୍ରାଇଭେଟ ଚାକିରିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଯୋଗ୍ୟତା ପୂରଣ କରିବା ସହିତ ଆପଣଙ୍କ ପାଖରେ ପ୍ରାଇଭେଟ କ୍ଷେତ୍ରରେ ଅତିକମରେ ଏକ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ ବୋଲି କୁହାଯାଇଛି ।

ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଏହି ନିଷ୍ପତ୍ତି ପରେ ସରକାରୀ ଚାକିରି ଆଶାୟୀଙ୍କ ଉପରେ ଏବେ ଚଡ଼କ ପଡ଼ିଛି । ରାଜ୍ୟ ସରକାରୀ ବିଭାଗରେ ଚାକିରି କରିବାକୁ ହେଲେ ପ୍ରାଇଭେଟ ସେକ୍ଟରରେ ଏକ ବର୍ଷର ୱାର୍କ ଏକ୍ସପିରିୟନ୍ସ ଜରୁରୀ ବୋଲି କୁହାଯାଇଛି । ଏଣିକି ସରକାରୀ ବିଭାଗରେ ଫ୍ରେଶ ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ ନାହିଁ । ସରକାରୀ ସ୍ତରରେ କୁଶଳୀ ମାନବ ସମ୍ବଳ ବୃଦ୍ଧି ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି । ଯେଉଁମାନଙ୍କ ପାଖରେ ପୂର୍ବରୁ କାର୍ୟ୍ୟ ଅଭିଜ୍ଞତା ରହିଥିବ ସେମାନେ ସଠିକ୍ ଭାବେ ନିଜର ଦାୟିତ୍ୱ ତୁଲାଇ ପାରିବେ । ଏନେଇ ସରକାର ଖୁବଶୀଘ୍ର ନିୟମରେ ସଂଶୋଧନ କରିବେ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.