fbpx

ମହୁଲପୋଚ ଖାଇ ସଂଖ୍ୟାଧିକ ହାତୀ ଜଙ୍ଗଲରେ ଶୋଇଛନ୍ତି

କେନ୍ଦୁଝର: ମହୁଲପୋଚ ଖାଇ ୨୪ହାତୀ ମାତାଲ । ନିଶା ହୋଇଯାଇଥିବା ଯୋଗୁଁ କୁଆଡେ ଯାଇ ନପାରି କାଜୁ ଜଙ୍ଗଲ ଭିତରେ ଶୋଇଥିଲେ ହାତୀପଲ । ଏହା କେନ୍ଦୁଝର ଜିଲ୍ଲା ପଟଣା ରେଞ୍ଜ ସାହାରପଡା ସେକ୍ସନର ଶିଳିପଦା କାଜୁ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛିଦିନ ହେବ ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜରେ ପଶି ଉପଦ୍ରବ ଚଳାଇଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ତେବେ ଆଜି ସକାଳେ ପାଟଣା ରେଞ୍ଜ ଶିଳିପଦା ଗାଁରେ ଥିବା ଲୋକେ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ନିକଟରେ ଥିବା ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ କରନ୍ତି । ତେଣୁ ଜଙ୍ଗଲରେ ସେମାନେ ମହୁଲପୋଚ ଗୁଡ଼ିକୁ ରଖିଥିଲେ । ହାତୀପଲ ସେହି ମହୁଲପୋଚକୁ ଖାଇଦେଇଥିଲେ । ଫଳରେ ସେମାନଙ୍କୁ ନିଶା ହୋଇଯାଇ ଜଙ୍ଗଲରେ ଶୋଇ ପଡିଛନ୍ତି ।

ତେବେ ଆଜି ସକାଳ ୬ଟାରେ ଲୋକେ ହାତୀ ଗୁଡ଼ିକ ଏଣେତେଣେ ଶୋଇଥିବାର ଦେଖିଥିଲେ । ସେହିପରି ସକାଳ ୧୦ଟା ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ନିଦ ଭାଙ୍ଗି ନଥିଲା । ପରେ ଲୋକେ ଏକାଠି ହୋଇ ଶବ୍ଦ କରିବା ପରେ ହାତୀ ଗୁଡ଼ିକ ଉଠି ଠିଆ ହୋଇଥିଲେ ।

 

Get real time updates directly on you device, subscribe now.