fbpx

ନାଗସାପର ଦାନ୍ତକାଟି ବନ୍ଧା ହେଲେ ସାପଧରାଳି

ବଲାଙ୍ଗିର : ସାପକୁ ଧରି ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସାପ ଧରାଳି । ଗିରଫ ଜଣକ ହେଉଛନ୍ତି ପୁଇଁତାଳା ଥାନା ବିଲେଇସର୍ଡା ଗାଁର ବୀର ବିଶ୍ୱାଳ ।

ସୂଚନା ମୁତାବକ, ଗତକାଲି ବୀର ଏକ ନାଗ ସାପ ଧରି ତାର ଦାନ୍ତକୁ ନେଲକଟରରେ କାଟିଥିଲେ । ଏହି ଦୃଶ୍ୟର ଭିଡିଓ ଭାଇରାଲ ହୋଇଥିଲା ସ୍ଥାନୀୟ ଅଂଚଳରେ । ଏହାକୁ ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିଲା । ଏନେଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ଜଣେ ସଦସ୍ୟ ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।

ତେବେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ବୀର ବିଶ୍ୱାଳଙ୍କୁ ଗିରଫ କରିଥିଲା । ଏହାପରେ ବୀର ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି । ସେ ସଫେଇ ଦେଇ କହିଛନ୍ତି ଯେ, ସାପ ମୂଣ୍ଡରେ ଏକ କଣ୍ଟା ଲାଗିଥିଲା, ମୁଁ ନଖକଟା ସାହାଯ୍ୟରେ କଣ୍ଟାଟିକୁ ବାହାର କରୁଥିଲି । କିନ୍ତୁ ମାମଲାରୁ ଜଣାପଡିଛି ଯେ, ବୀର ନିୟମିତ ଭାବେ ମଦ ପିଇ ସାପମାନଙ୍କୁ ଧରି ଏପରି ନିର୍ଯାତନା ଦେଇଥାନ୍ତି । ବନ ବିଭାଗ ଏହା ଉପରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.