fbpx

ଭାରତୀୟ ଟଙ୍କା ତୁଳନାରେ ପୁଣି କମିଲା ଆମେରିକୀୟ ଡ଼ଲାର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ ଆର୍ଥିକ ସକରାତ୍ମକ ପରିସଂଖ୍ୟାନ ଓ ଖାଇବା ତେଲ ଦର ହ୍ରାସ ପାଇଥିଲା । ହେଲେ ଆଜି ଭାରତୀୟ ଟଙ୍କା ହିସାବରେ ଆମେରିକୀୟ ଡଲାରରେ ୧୪ପଇସା କମିଛିି । ଏହି ପଇସା କମି ଡଲାର ମୂଲ୍ୟ ଭାରତୀୟ ଟଙ୍କାରେ ୮୧ଟଙ୍କା ୧୪ ପଇସାରେ ପହଁଚିଛି । ତେବେ ବିଦେଶୀ ମୁଦ୍ରା କାରବାର କରୁଥିବା ଲୋକେ କହିଛନ୍ତି ଯେ, ବିଦେଶୀ ପୁଞ୍ଜି ବଢିବାରେ ଭାରତୀୟ ମୁଦ୍ରାକୁ ମଧ୍ୟ ସମର୍ଥନ ମିଳୁଛି । ଅନ୍ତର-ବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡ଼ଲାର ପିଛା ୮୧ଟଙ୍କା ୧୮ ପଇସା ଥିଲା ହେଲେ ବର୍ତ୍ତର୍ମାନ ତାହା ୮୧ଟଙ୍କା ୧୪ପଇସା ହୋଇଛି ।

ପୂର୍ବଥର ଡ଼ଲାର ପିଛା ୫୦ ପଇସା ତଳକୁ ଖସି ୮୧ ଟଙ୍କା ୨୮ ପଇସାରେ ପହଁଚିଥିଲା । ଏହା ମଧ୍ୟରେ ଭାରତୀୟ ମୁଦ୍ରା ହିସାବରେ ଆମେରିକା ଡଲାରର ମଜଭୁତ ହୋଇ ଡଲାର ସୂଚକାଙ୍କ ୦.୩୦ ପ୍ରତିଶତ ବଢି ୧୦୬ ଟଙ୍କା ୯୭ ପଇସାରେ ପହଁଚିଥିଲା । ଅନ୍ତରାଷ୍ଟ୍ରୀୟ ତୈଳ ମାନକ ବ୍ରେଣ୍ଟ ଅଶୋଧିତ ଫ୍ୟୁଚରରେ ୦.୧୩ ପ୍ରତିଶତ କ୍ଷତି ସହ ଡ଼ଲାର ପ୍ରତି ୯୩.୦୨ ବ୍ୟାରେଲ ଉପରେ ଆସିଥିଲା । ମଙ୍ଗଳବାର ଭାରତୀୟ ସେୟାର ବଜାରରେ ଏହି ପ୍ରକ୍ରିୟା ଆରମ୍ଭ ହେବାର ଅଧଘଣ୍ଟା ପରେ ୧୬୬.୭ ଅଙ୍କ କମି ୬୧,୪୫୭.୪୫ ଅଙ୍କ ଆସିଗଲା । ଯେଉଁଠାରେ କାରବାର ୩୭.୧୦ ଅଙ୍କରେ କମିବା ସହ ୧୮,୨୯୨.୦୫ ଲେବୁଲରେ ପହଁଚିଥିଲା ।

ତେବେ ସୋମବାର ଦିନ ସରକାର ଜାରି କରିଥିଲେ ଯେ, ମୁଦ୍ରା ସ୍ଥିତି ଅକ୍ଟୋବରରେ କମି ୬.୭ ପ୍ରତିଶତରେ ପହଁଚିଥିଲା । ଏହାକୁ ଆଧାରକରି ଦେଖାଯାଉଛି ଯେ, ଦେଶର ମୁଦ୍ରାସ୍ଥିତି ୧୯ମାସ ପଛକୁ ଚାଲିଯାଇଛି । ତେବେ ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ନିବେଶ ଜାରି ରହିଛି । ବିଦେଶୀ ନିବେଶକ ଗୁଡିକ ଭାରତୀୟ ସେୟାର କିଣୁଛନ୍ତି । ଦେଖାଦେଇଛି ସୋମବାରଦିନ ୧,୦୮୯.୪୧ କୋଟି ଟଙ୍କା ମୂଲ୍ୟ ସେୟାର ହୋଇଥିବାର ଦେଖାଦେଇଛି ।

Get real time updates directly on you device, subscribe now.