fbpx

ଜାନୁଆରୀ ୧୮ରେ ହେବ JEE Mains ୨୦୨୩ ପରୀକ୍ଷା! ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟିକରଣ ଦେଲା NTA

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ସ ପରୀକ୍ଷା ୨୦୨୩କୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ସୋସିଆଲ ମିଡ଼ିଆରେ ଜେଇଇ ମେନ୍ସ ୨୦୨୩କୁ ନେଇ ଫେକ୍ ନୋଟିଫିକେସନ ଶେୟାର ହେଉଥିବା ଦେଖାଯାଇଥିଲା । ଅପରପକ୍ଷେ ଜେଇଇ ମେନ୍ସ ପରୀକ୍ଷାକୁ ନେଇ ଏନଟିଏ ତରଫରୁ କୌଣସି ଅଫିସିଆଲ ନୋଟିଫିକେସନ ଜାରି କରାଯାଇନାହିଁ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫେକ୍ ରିପୋର୍ଟ ମୁତାବକ, ଆସନ୍ତା ୨୦୨୩ ଜାନୁଆରୀ ୧୮ରେ ଜେଇଇ ମେନ୍ସ ପରୀକ୍ଷା ୨୦୨୩ ଆୟୋଜିତ ହେବ । ତେବେ ଉକ୍ତ ଫେକ୍ ନୋଟିଫିକେସନକୁ ନେଇ ଏନଟିଏ ତରଫରୁ ଆଲର୍ଟ ଜାରି କରାଯାଇଛି । ତେଣୁ ଜେଇଇ ମେନ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଏବେ ସ୍ପଷ୍ଟ ହୋଇଛି ।

ନିକଟରେ ସୋସିଆଲ ମିଡ଼ିଆରେ ଜେଇଇ ମେନ୍ସ ପରୀକ୍ଷା ୨୦୨୩କୁ ନେଇ ଏକ ଫେକ୍ ନୋଟିସ୍ ଜାରି ହୋଇଥିଲା । ଫେକ୍ ନୋଟିସ ଅନୁଯାୟୀ, ଜେଇଇ ମେନ୍ସ ପରୀକ୍ଷା ଆସନ୍ତା ବର୍ଷ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ୨୦୨୨ ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୩୦ରେ ବନ୍ଦ ହୋଇଯିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୦୨୩ ଜାନୁଆରୀ ମାସ ୧୮, ୧୯, ୨୦, ୨୧, ୨୨ ଓ ୨୩ରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ମାସ ୪, ୫, ୬, ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ । ଏଥିସହିତ ପରୀକ୍ଷା ପ୍ୟାଟର୍ଣ୍ଣ ସମ୍ପର୍କରେ ମଧ୍ୟ ଉକ୍ତ ଫେକ୍ ନୋଟିସରେ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.