fbpx

ରାଶିଫଳ(ବୁଧବାର,୧୬ ନଭେମ୍ବର,୨୦୨୨)

ମେଷ : ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ । ଧର୍ମ କର୍ମରେ ମନ ବଳିବ । ଭାତୃ ସହଯୋଗ ଦ୍ୱାରା ଭୂମିକ୍ରୟର ସୁଯୋଗ ମିଳିବ । ଉଦ୍ୟମ ସିଦ୍ଧି ହେବ । ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ । ବନ୍ଧୁ ପରିଜନଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ସୃଷ୍ଟି ହେବ ।

ବୃଷ : ଶାରୀରିକ ଅସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ କର୍ମଚାପ ବଢିବ । ଆତ୍ମବଳ ଦୁର୍ବଳ ରହିବ ମାତ୍ର ଠିକା ବ୍ୟବସାୟରେ ମନମୁତାବକ ଲାଭ ପାଇବେ । ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ । ଗୁଣିଗାରେଡି ଭଳି ଭୟ ରହିବ ।

ମିଥୁନ : ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ । ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ । ଜୀବନସାଥି ସହ କିମ୍ବା କୁଟୁମ୍ବରେ ମତାନ୍ତର କିମ୍ବା ସ୍ୱାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ । କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ । ଅର୍ଥଚିନ୍ତା ଦୂର ହେବ ।

କର୍କଟ : ଅଂଶୀଦାର ବ୍ୟବସାୟରେ ବିଶେଷ ଲାଭବାନ ହେବେ । ମୋଟରଯାନ ଓ କଳକାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ନିଯୁକ୍ତି ପାଇବେ । ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ । ଧର୍ମକାଯ୍ୟରେ ମନବଳାଇବେ । ଭବିଷ୍ୟତର ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ । ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ ।

ସିଂହ : କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ । ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଉତ୍ତମ ଜ୍ଞାନକୌଶଳ ଆହାରଣ କରି ବ୍ୟବସାୟିକ ପ୍ରଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପୂର୍ବରୁ କରିଥିବା ଋଣ ପରିଷୋଧ କରିବେ । ଭାଗ୍ୟସାଥ ଦେବ ।

କନ୍ୟା : ଚାକିରିରେ ସହଯୋଗ ଏବଂ ବ୍ୟବସାୟରେ ଅହେତୁକ ଲାଭ ପାଇବେ । ଚାକିରିରେ ପଦମର୍ଯ୍ୟଦା ପାଇବେ । ଯାନବାହାନ କ୍ରୟ କରିବେ । ବିଳାସବ୍ୟସନରେ ଜୀବନଯାପନ କରିବେ । ଧର୍ମ ସମ୍ବନ୍ଧିୟ ଦୂରଯାତ୍ରା କରିବେ । ବିଦ୍ୟାର୍ଥୀ ମାନଙ୍କର ପଢାପଢିରେ ମନି ନିବେଶ ବଢିବ । ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପୀଡା ଭୋଗିବେ ।

ତୁଳା : ସୁବିଧା ସୁଯୋଗ ଲାଭ ହେବ । ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଶ ମିଳିବ । ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ । ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ । ଶୁଭଦିନଟିଏ ରହିବ । କର୍ମଜୀବୀମାନେ କର୍ମକ୍ଷେତ୍ରରେ ପ୍ରସଂଶିତ ହେବେ । ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ।

ବିଛା : ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ । ଆର୍ଥିକ ସ୍ଥିତି ଦୁର୍ବଳ ହେବ । କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୁତ ହେବ । ବ୍ୟବସାୟ ବାଣିଜ୍ୟରେ ସମ୍ୟକ୍ ଲାଭପାଇବେ । ବ୍ୟୟଭାର ବଢିବ । ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ । ଭାଇଭଉଣୀମାନଙ୍କଠାରୁ ସାହାର୍ଯ୍ୟ ସହଯୋଗ ମିଳିବ । ଉଦରପୀଡା ଅନୁଭୂତ କରିବେ । ବ୍ୟବସାୟରେ ଲାଭ ହେବ ।

ଧନୁ : ବହୁଦିନର ପୁରାତନ ରୋଗର ଉପସମ ହେବ । ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ । ପ୍ରତି କାର୍ଯ୍ୟରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଶୁଭ ସୂଚନା ମିଳିବ । ବିବାହ ସ୍ଥିରିକୃତ ହେବ । ମାତ୍ର ଆର୍ଥିକ ଦୁର୍ବଳତା ରହିବ । ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ । ମହିଳାମାନେ ନୂତନ କର୍ମନିଯୁକ୍ତି ପାଇବେ ।

ମକର : କୌଣସି ବିଳାସବ୍ୟସନ ଦ୍ରବ୍ୟ ପ୍ରାପ୍ତ ହେବ । ଯୋଗାଯୋଗ ସୃଷ୍ଟି କରୁଥିବା କିଛି ଦ୍ରବ୍ୟ କ୍ରୟ କରିବେ । ମନ ଶାନ୍ତ ରହିବ । ଗୃହରେ ଶୁଭକର୍ମ ହେବ । ସନ୍ତାନ ବର୍ଗରେ ଉର୍ଣ୍ଣତି ହେବ । କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ । ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ । ମନ ଶାନ୍ତ ରହିବ । ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ୱାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ ।

କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ । ସୁଖଶାନ୍ତି ପ୍ରାପ୍ତି ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ । ମହିଳାମାନଙ୍କର ସ୍ୱାସ୍ଥ୍ୟରେ ଅବନତି ହେବ । ସମାଜ କଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ । ଯୋଜନାରେ ଆଶାତିତ ଫଳ ମିଳିବ ।

ମୀନ : ଚାକିରି ବ୍ୟବସାୟରେ ଉର୍ଣ୍ଣତି । ଜନସମ୍ପର୍କ ବୃଦ୍ଧି । ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପୀଡା ଯୋଗ ରହିବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ଆଥିକ ପରିସ୍ଥିତି ଭଲ ରହିବ । ଶିକ୍ଷାର୍ଥୀ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ । ଭ୍ରମଣ କଷ୍ଟ ଏବଂ ଶରୀରପୀଡା ରହିବ ମାତ୍ର ଆର୍ଥିକ ସ୍ୱଛଳତା ସହିତ ବ୍ୟବସାୟରେ ଉର୍ଣ୍ଣତି ହେବ ।

Get real time updates directly on you device, subscribe now.