fbpx

ୟୁକ୍ରେନ୍ ବଦଳରେ ପୋଲାଣ୍ଡରେ ପଡିଲା ଋଷ ମିଶାଇଲ, ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଲେ ଜୋ ବାଇଡେନ

ୱାର୍‌ସ: ମଙ୍ଗଳବାର ଦିନ ପୋଲାଣ୍ଡରେ ରୁଷର ମିଶାଇଲ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୋଲାଣ୍ଡ ଏହି ଘଟଣାରେ ରୁଷ ରାଷ୍ଟ୍ରଦୂତ ଡକାଇଛି। ପୋଲାଣ୍ଡ କହିବା ଅନୁସାରେ ନଭେମ୍ବର ୧୫ ତାରିଖରେ ୟୁକ୍ରେନ ଉପରେ ରୁଷ ବୋମା ବର୍ଷଣ କରୁଥିଲା ହେଲେ ୩ଟା ୪୦ମିନିଟରେ ଗୋଟେ ମିଶାଇଲ ୟୁକ୍ରେନ ସୀମାକୁ ଲାଗି ଥିବା ଲୁବେଲସ୍କି ପ୍ରାନ୍ତରେ ପଡ଼ିଥିଲା। ପୋଲାଣ୍ଡର ସ୍ଥାନୀୟ ମିଡିଆ ସୂଚନା ଅନୁଯାୟୀ, ଏଠାରେ ୨ଟି ମିଶାଇଲ ପଡ଼ିଛି। ଏହି ଘଟଣା ବିଷୟରେ ଜଣାପଡିବା ପରେ ବ୍ରିଟେନ ଓ ନାଟୋ ସଂଘ ସକ୍ରିୟ ହୋଇ ପଡିଛନ୍ତି। ଏହାପରେ ନାଟୋ ଏକ ଜରୁରୀକାଳୀନ ବୈଠକ ଡାକିଛି।

ଅନ୍ୟପଟେ ଇଣ୍ଡୋନେସିଆର ବାଲିରେ ଜି-୨୦ସମ୍ମିଳନୀରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି। ସେ କହିଛନ୍ତି ଯେ, ପୋଲାଣ୍ଡରେ ଯେଉଁ ମିଶାଇଲ ପଡିଛି ତାହା କେବଳ ରୁଷର ବୋଲି କହିବା ଠିକ ହେବନାହିଁ। ଏନେଇ ବାଲିରେ ବାଇଡେନ ମିଡିଆ ସହିତ ଆଲୋଚନା କରି କହିଛନ୍ତି ଯେ, ଆମେ ଯେଉଁ ପର୍ଯ୍ୟନ୍ତ ଏହି ମାମଲା ଉପରେ ଯାଂଚ କରିନାହୁଁ ଏହାକୁ ନେଇ ଆମେ କିଛି କହିପାରିବୁ ନାହିଁ। ଏହା ପୂର୍ବରୁ ରୁଷର ରକ୍ଷା ମନ୍ତ୍ରାଳୟ କହିଥିଲେ ପୋଲାଣ୍ଡରେ ରୁଷ ମିଶାଇଲ ପଡ଼ିବାର ରିପୋର୍ଟ ଜାଣିଶୁଣି ଦିଆଯାଇଥିଲା।

ଏହି ଘଟଣା ପରେ ପୋଲାଣ୍ଡର ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ କଥାବାର୍ତ୍ତା କରିଥିଲେ। ବାଇଡେନ ପୋଲାଣ୍ଡକୁ ସମର୍ଥନ ସହ ଭରଷା ଦେଇ କହିଥିଲେ, ନାଟୋ ସଦସ୍ୟରେ ସେ ଅଛନ୍ତି। ସେହି ସମୟରେ ୟୁକେ ପ୍ରଧାନମନ୍ତ୍ରୀ ୠଷୀ ସୁନକ ପୋଲାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକ ଜଣାଇ କହିଥିଲେ, ବ୍ରିଟେନ ସବୁ ପରିସ୍ଥିତିରେ ପୋଲାଣ୍ଡ ସହିତ ଠିଆ ହେବ। କହିବାକୁ ଗଲେ ପୋଲାଣ୍ଡ ହେଉଛି ନାଟୋର ଜଣେ ସଭ୍ୟ। ତେଣୁ ଏହି ପରିସ୍ଥିତିକୁ ଆଖିଆଗରେ ରଖି ପୋଲାଣ୍ଡ ତା ସୈନ୍ୟ ମାନଙ୍କୁ ସକ୍ରିୟ ରହିବାକୁ ପରାମର୍ଶ କରିଛି।

Get real time updates directly on you device, subscribe now.