fbpx

ଦେଶର ୩୦୧ ବଡ଼ କମ୍ପାନୀ ସମାଜର ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ପ୍ରକାଶ ପାଇଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଥିବା ବଡ଼ ବଡ଼ ଘରୋଇ କମ୍ପାନୀ ମାନେ ସମାଜର ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ନେଇ ରିପୋର୍ଟ ପ୍ରକାଶ ପାଇଛି। ବିଜନେସ୍ ୱାୟର ଇଣ୍ଡିଆ ସିଏସଆରବକ୍ସ ଆଜି ‘ଇଣ୍ଡିଆ ସିଏସଆର ଆଉଟଲୁକ୍ ରିପୋର୍ଟ’ ପ୍ରକାଶ କରିଛି। ଏହା ସେମାନଙ୍କର ଅଷ୍ଟମ ବାର୍ଷିକ ରିପୋର୍ଟ। ରିପୋର୍ଟ ମୁତାବକ ରିଲାଏନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌, ଟିସିଏସ୍‌, ଓଏନଜିସି ଏବଂ ଟାଟା ଷ୍ଟିଲ୍ କର୍ପୋରେଟେ ସାମାଜିକ ଦାୟିତ୍ୱ(ସିଏସଆର) କାର୍ଯ୍ୟକ୍ରମରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ରିପୋର୍ଟରେ ୩୦୧ କମ୍ପାନୀ ସାମିଲ ଅଛନ୍ତି। ଏହି କମ୍ପାନୀ ମାନଙ୍କ ମଧ୍ୟରେ ୩୭.୮୭% କମ୍ପାନୀ ସେମାନଙ୍କର ନିର୍ଦ୍ଦାରିତ ସିଏସଆର ବଜେଟ୍‌ରୁ ଅଦିକ ଖର୍ଚ୍ଚ କରିଛନ୍ତି। ସେହିପାରି ୩୨.୮୯% ନିର୍ଦ୍ଧାରିତ ସିଏସ୍‌ଆର ବଜେଟ୍ ହିଁ ଖର୍ଚ୍ଚ କରିଛନ୍ତି ଏବଂ ୨୯.୨୪% କମ୍ପାନୀ ନିର୍ଦ୍ଧାରିତ ବଜେଟ୍‌ରୁ କମ ଖର୍ଚ୍ଚ କରିଛନ୍ତି।

ରିସର୍ଚ୍ଚ ଅନୁସାରେ ଦେଶର ୩୦୧ ବଡ଼ କମ୍ପାନୀ ସିଏସଆର ବାବଦରେ ପ୍ରାତ ୧୨,୨୬୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ଆର୍ଥିକ ବର୍ଷ ୨୧-୨୨ ପାଇଁ ଧାର୍ଯ୍ୟ ବଜେଟ୍‌ଠାରୁ ଅଧିକ। ତେବେ ଏହି କମ୍ପାନୀ ଗୁଡ଼ିକ ମଧ୍ୟରୁ ପ୍ରାୟ ୬୨.୭୭% କମ୍ପାନୀ ମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ମହାରାଷ୍ଟ,କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଅବସ୍ଥିତ।

ରିପୋର୍ଟ ଅନୁଯାୟୀ, ଦାରିଦ୍ର‌୍ୟ ଦୂରୀକରଣ, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଶିକ୍ଷା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ପ୍ରାଥମିକ ଥିମେଟିକ୍ କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା ଭାରତର ମୋଟ ସିଏସ୍ଆର୍ ପାଣ୍ଠିର ୭୦% କୁ ଏକତ୍ର କରିଥାଏ। ଏହି ରିପୋର୍ଟ ପାଇଁ, ୩୦୧ ଟି କମ୍ପାନୀ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ସର୍ଟଲିଷ୍ଟ କରାଯାଇଥିଲା, ଯେପରିକି ୧ କୋଟି ଟଙ୍କାର କାରବାର କରୁଥିବା କମ୍ପାନୀ କିମ୍ବା ପୂର୍ବ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ସିଏସଆର ଠାରୁ ଅଧିକ ଖର୍ଚ୍ଚ କରିଥିବା କମ୍ପାନୀ।

ସେହିପରି ରିପୋର୍ଟରୁ ଜଣାପଡିଛି ଯେ, ସିଏସଆର ନିବେଶରେ ୨ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ କିଛି କମ୍ପାନୀ ଏଥିରୁ ଅଧିକ ଖର୍ଚ୍ଚ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ରୋଜଗାର ସହ ଜଡିତ କ୍ଷେତ୍ରଗୁଡିକ ଉପରେ କମ୍ପାନୀଗୁଡିକ ବିଶେଷ ଧ୍ୟାନ ଦେଇଛନ୍ତି। ଏହା ସହିତ କମ୍ପାନୀଗୁଡିକ କର୍ପୋରେଟ୍ କ୍ଷେତ୍ରରେ ମଧ୍ୟ ବିବିଧତା ଆଣିବାକୁ ଚେଷ୍ଟା କରୁଛନ୍ତି।

 

 

Get real time updates directly on you device, subscribe now.