fbpx

କଂଗ୍ରେସ ଭବନରୁ ଲୁଟ୍: ଦାୟର ହେଲା ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ଲାଗି ପଡ଼ିଛନ୍ତି । ପଦ୍ମପୁର ପାଇଁ ଏବେ ରାଜ୍ୟରେ ରାଜନୈତିକ ଉଷ୍ମତା ତୀବ୍ର ହୋଇଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ବଡ଼ ଘଟଣା ।

ସୂଚନା ମୁତାବକ, ରାଜଧାନୀର ମାଷ୍ଟର କ୍ୟାଣ୍ଟିନଠାରେ ଥିବା କଂଗ୍ରେସ ଭବନରୁ ଚୋରି ହୋଇଛି । ଚୋରମାନେ କଂଗ୍ରେସ ଭବନରୁ ଆସବାବପତ୍ର ଲୁଟ୍ କରିନେଇଥିବା ଜଣାପଡ଼ିଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଚୋରମାନେ କିଛି ସାମଗ୍ରୀ, ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଲୁଟି ନେଇଥିବା କଂଗ୍ରେସ ଭବନ କାର୍ଯ୍ୟାଳୟର ଇନଚାର୍ଜ ଉଲ୍ଲେଖ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, କଂଗ୍ରେସ ଭବନରେ ଅଧିକାଂଶ ସମୟରେ କିଛି ନା କିଛି ବିବାଦ ଜାରି ରହିଥାଏ । ଚଳିତ ବର୍ଷ ଜାନୁଆରୀ ମାସରେ କଂଗ୍ରେସ ଭବନ ଉପରକୁ ବୋମାମାଡ଼ ହୋଇଥିଲା । ସେନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମାମଲାରେ ପୋଲିସ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କରିଥିଲା । ସେହିପରି ଗତବର୍ଷ ମଧ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ କନ୍ଦଳ କାରଣରୁ ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ତେବେ ଏକ ଜାତୀୟ ଦଳର ରାଜ୍ୟ କାର୍ଯ୍ୟାଳୟରୁ ଲୁଟ୍ ହେବା ନିହାତିପକ୍ଷେ ଏକ ନିନ୍ଦନୀୟ କାର୍ଯ୍ୟ ।

Get real time updates directly on you device, subscribe now.