fbpx

ଆମାଜନରୁ ଅର୍ଡର କରିଥିଲେ ୬୧ ହଜାର ଟଙ୍କାର ଫୋନ: ପ୍ୟାକେଟ ଖୋଲିବା ପରେ ବାହାରିଲା କିଛି ଏମିତି..

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନ ସପିଂର ଚାହିଦା ବହୁତ ଅଧିକ ରହିଛି । କିନ୍ତୁ ଏହି ଅନଲାଇନ ସପିଂ ବିପଦଜ୍ଜନକ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଅନଲାଇନ ସପିଂକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସୁଛି । ଏପରିକି ଆପଣ ଅର୍ଡର କରୁଥିବା ଜିନିଷ ହିଁ ଆପଣଙ୍କ ନିକଟରେ ପହଞ୍ଚିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ । ତେବେ ବ୍ରିଟେନର ଜଣେ ମହିଳା ୬୩୦ ପାଉଣ୍ଡ ଅର୍ଥାତ ୬୧ ହଜାର ଟଙ୍କାର ସ୍ମାର୍ଟଫୋନ ଅର୍ଡର କରିଥିଲେ । କିନ୍ତୁ ଅର୍ଡର ପହଞ୍ଚିବା ପରେ ସେ ଯାହା ଦେଖିଥିଲେ ସେ ତାଙ୍କ ଆଖିକୁ ବିଶ୍ୱାସ କରି ପାରିନଥିଲେ । ଯେତେବେଳେ ଆମାଜନରୁ ଆସିଥିବା ପ୍ୟାକେଟଟି ଖୋଲିଥିଲେ ପ୍ୟାକେଟ ଭିତରୁ ଏକ ତାର କାଟିବା କଟର ବାହାରିଥିଲା ।

 

ମିଳିଥିବା ସୂଚନା ଅନୁସାରେ କ୍ଲେୟର ୱିଲେସନ ୧୨ ଅକ୍ଟୋବରରେ ଏକ ଆଇଫୋନ ଅର୍ଡର କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କ୍ଲେୟର ଅର୍ଡର କରିଥିବା ଆଇଫୋନଟି ପ୍ୟାକେଟ ଭିତରେ ନଥିଲା । ଆମାଜନ ଡେଲିଭରୀରୁ ଆସିଥିବା ପ୍ୟାକେଟଟି ମିଳିବା ପରେ ସେ ନିଜ ଘର ଭିତରକୁ ଯାଇ ଏହାକୁ ଖୋଲିଥିଲେ କିନ୍ତୁ ପ୍ୟାକେଟ ଭିତରୁ ୨୦ ପାଉଣ୍ଡର ଏକ କଟର ବାହାରିଥିଲା ଯାହାକୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ।

 

ପରେ କ୍ଲେୟର ଆମାଜନ ଗ୍ରାହକ ସେବା ସହିତ ଯୋଗାଯୋଗ କରିଥିଲେ । ଯାହା ପରେ ଆମାଜନ ତରଫରୁ କୁହା ଯାଇଥିଲା ଯେ ଯଦି ସେ ରିଟର୍ନ ଲେବଲ୍ ସହିତ ପାର୍ସଲ ପଠାନ୍ତି ତେବେ ସେ ଟଙ୍କା ଫେରସ୍ତ ପାଇବେ । ୧୦ ଦିନ ଅପେକ୍ଷା କରିବା ପରେ କମ୍ପାନୀ ତାଙ୍କୁ ମୋବାଇଲ ଫେରସ୍ତ କରିନଥିବା ସୂଚନା ଦେଇଥିଲା । ପାର୍ସଲ ଡ୍ରପ୍ ହେବା ପରେ ଫୋନ ନିଖୋଜ ହୋଇଯାଇଛି ବୋଲି କ୍ଲେୟର ଦାବି କରିଥିଲେ । ପରେ କମ୍ପାନୀ ତାଙ୍କ କଥାରେ ରାଜି ହୋଇ ଟଙ୍କା ଫେରସ୍ତ କରିଥିଲା ।

 

Get real time updates directly on you device, subscribe now.