fbpx

ଲକ୍-ଡାଉନରେ ବିବାହ କରିବାକୁ ୮୫୦ କି.ମି ସାଇକେଲ ଚଳାଇ ପହଞ୍ଚିଲେ ଯୁବକ, ଏବେ କ୍ୱାରେଣ୍ଟାଇନରେ

କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହୋଇଛି । ଦେଶରେ ଲକ୍-ଡାଉନ୍ କାରଣରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିବା ସହ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । କିନ୍ତୁ ଏହି ବନ୍ଦୀ ମଧ୍ୟରେ ଜଣେ ଯୁବକ ବିବାହ କରିବାକୁ ହଜାର କିଲୋମିଟର ଲମ୍ବା ରାସ୍ତାକୁ ସାଇକେଲରେ ଯିବାକୁ ସ୍ଥିର କରିଥିଲେ । କିନ୍ତୁ ତାଙ୍କର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପୂର୍ବରୁ ଯୁବକଙ୍କୁ ଧରି କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ତେବେ ଉତ୍ତରପ୍ରଦେଶର ବଳରାମପୁରର କ୍ୱାରେଣ୍ଟାଇନରେ ପହଞ୍ଚିଥିବା ସୋନୁ କୁମାରଙ୍କ ବିବାହ ମଧ୍ୟ ହୋଇପାରିଲା ନାହିଁ । ସୋନୁ କୁମାର ଚୌହାନ ମହାରାଜଗଞ୍ଜ ଜିଲ୍ଳାର ପିପ୍ରା ରସୁଲପୁର ଗାଁର ବାସିନ୍ଦା ଥିବା ବେଳେ ସେ ପଞ୍ଜାବର ଲୁଧିଆନାରେ ଟାଇଲର କାମ କରନ୍ତି । ଲକ୍-ଡାଉନ୍ ପରେ କାମ ବନ୍ଦ ହେବାରୁ ସୋନୁ ଘର ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲେ । ସୋନୁଙ୍କ ବିବାହ ଏପ୍ରିଲ ୧୫ ହେବ ବୋଲି ଠିକ୍ ହୋଇଥିଲା । ସେ ତାଙ୍କ ଗାଁଠାରୁ ପ୍ରାୟ ୨୫ କିଲେମିଟର ଦୂରରେ ବିବାହ କରିବାକୁ ଯାଉଥିଲେ ।

ଏନେଇ ସୋନୁ ତାଙ୍କ ୩ ସାଙ୍ଗଙ୍କ ସହ ସାଇକେଲ ଯୋଗେ ଲୁଧିଆନାରୁ ବାହାରିପଡିଥିଲେ । ୬ ଦିନରେ ୮୫୦ କିଲୋମିଟର ଅତିକ୍ରମ କଲା ପରେ ସେମାନେ ବଳରାମପୁରରେ ପହଞ୍ଚିଥିଲେ । ସେଠାରେ ପୋଲିସ ସୋନୁ ଓ ତାଙ୍କ ସାଙ୍ଗକୁ ଅଟକାଇଥିଲା ଓ ଆଗକୁ ନ ଯିବାକୁ ଦେଇନଥିଲା । ଫଳରେ ସୋନୁ ଓ ତାଙ୍କ ସାଙ୍ଗକୁ କ୍ୱାରେଣ୍ଟାଇନରେ ଯିବାକୁ ପଡିଲା ।

Get real time updates directly on you device, subscribe now.