fbpx

ବିଚାରପତିଙ୍କ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ମାମଲା ସମୟ ସମୟରେ ଖବରରେ ରହୁଛି। ଗତ କିଛି ଦିନ ତଳେ ଆଇନ୍ ମନ୍ତ୍ରୀ କିରନ ରିଜିଜୁ କଲେଜିୟମ ବ୍ୟବସ୍ଥା ଉପରେ ଏକ ମନ୍ତବ୍ୟ ଦେଇଥିଲେ। କିରନ ରିଜିଜୁ ଏକ ଟିଭୀ ଚ୍ୟାନେଲ୍‌ରେ କଲେଜିୟମ ବ୍ୟବସ୍ଥାକୁ ନେଇ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି। କିରନ ରିଜିଜୁଙ୍କ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି।
କୋର୍ଟ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ବିଚାରପତିଙ୍କ ନିଯୁକ୍ତି ଉପରେ ବସି ରୁହନ୍ତିି ତେବେ ବ୍ୟବସ୍ଥା କିପରି କାର୍ଯ୍ୟ କରିବ? ନ୍ୟାୟିକ ପକ୍ଷରେ ନିଷ୍ପତ୍ତି ନେବାକୁ ଆମକୁ ବାଧ୍ୟ କର ନାହିଁ।’

ଦେଶରେ ଆଇନ୍ ବ୍ୟବସ୍ଥା ପାଳନ ନିଶ୍ଚିତ କରିବାକୁ ସରକାରଙ୍କୁ ପରାମର୍ଶ ଦେବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ ରେ ହେବ। ପ୍ରକୃତରେ, କଲେଜିୟମ୍ ବ୍ୟବସ୍ଥା ହେଉଛି ନିଜେ ବିଚାରପତିଙ୍କ ଦ୍ୱାରା ବିଚାରପତି ନିଯୁକ୍ତ କରିବାର ବ୍ୟବସ୍ଥା ଏବଂ ଏହି ବିଷୟରେ ସରକାର ଏବଂ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟରେ କିଛି ମତ ପାର୍ଥକ୍ୟ ଅଛି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିନେ ରିଜିଜୁ ଗତ ମାସରେ କହିଥିଲେ ଯେ ଦେଶର ଲୋକମାନେ କଲେଜିୟମ ବ୍ୟବସ୍ଥାରେ ଖୁସି ନୁହଁନ୍ତି ଏବଂ ସମ୍ବିଧାନ ଅନୁଯାୟୀ ବିଚାରପତି ନିଯୁକ୍ତ କରିବା ସରକାରଙ୍କ କାମ।

ତେବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଲିତ କିନ୍ତୁ ନଭେମ୍ବର ୧୩ ରେ କହିଥିଲେ ଯେ, କଲେଜିୟମ ସିଷ୍ଟମରେ କିଛି ଭୁଲ ନାହିଁ। ସେ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦେଶରେ କଲେଜିୟମ ବ୍ୟବସ୍ଥା ରହିବ ଏବଂ ଏହା ଏକ ପ୍ରତିଷ୍ଠିତ ଆଦର୍ଶ, ଯେଉଁଠାରେ ବିଚାରପତିମାନେ ବିଚାରପତି ଚୟନ କରନ୍ତି ।

Get real time updates directly on you device, subscribe now.