fbpx

ପୁଷ୍ପା-୨ ଅପେକ୍ଷାର ଘଟିଲା ଅନ୍ତ, ଏହି ତାରିଖରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: ପୁଷ୍ପା ଦ ରାଇଜ ଦର୍ଶକ ମାନଙ୍କ ମନକୁ ଯାଦୁ କରିଦେଇଥିଲା । ସେଥିପାଇଁ ଦର୍ଶକ ମାନେ ଏହାର ପାର୍ଟ-୨ ଫିଲ୍ମ ଦେଖିବାକୁ ଆକୁଳ ହୋଇ ରହିଛନ୍ତି । ଏହାଛଡା ଅଲ୍ଲୁ ଅର୍ଜୁନ ଏବଂ ରଶ୍ମୀକା ମଣ୍ଡାନାଙ୍କ ଯୋଡି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୁଷ୍ପା ଦ ରୁଲ ଫିଲ୍ମ ରୁଷରେ ଡିସେମ୍ବର ୮ତାରିଖରେ ରିଲିଜ ହେବା ନେଇ ପ୍ରସ୍ତୁତି ଚାଲିଛି । ଫିଲ୍ମ ରିଲିଜକୁ ନେଇ ଅଲୁଅର୍ଜୁନ ଏବଂ ରଶ୍ମୀକା ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ବାକି ରହିଛି ପୁଷ୍ପା-୨, ରୁଷ ବାସୀଙ୍କ ମନ ଜିତି ପାରିବ କି ନାହିଁ । ଏହାସହ ଭାରତରେ ମଧ୍ୟ ସେହି ୮ତାରିଖରେ ରିଲିଜ କରାଯାଇ ପାରେ ।

ପୁଷ୍ପା ଦ ରୁଲ ଫିଲ୍ମରେ ଅଲୁ ଅର୍ଜୁନଙ୍କ ସହ ଏସପି ଭଂବର ସିଂହ ଶେଖାୱତଙ୍କ ଦମଦାର ଆକ୍ଟିଙ୍ଗ ଦେଖିବାକୁ ମିଳିବ । ପୁଷ୍ପା ୨ରେ ସଜ୍ଜାଦ ଡେଲାଫ୍ରୁଜ ମଧ୍ୟ ନଜର ଆସିବେ । ବର୍ତ୍ତମାନ ଏହାକୁ ଅଫିସିଆଲ ଘୋଷଣା କରାଯାଇ ନାହିଁ । ହେଲେ ଆସନ୍ତା ବର୍ଷ ପୂର୍ବରୁ ଫ୍ୟାନ୍ସ ମାନଙ୍କ ଅପେକ୍ଷା ଦୂର ହେବାକୁ ଯାଉଛି ।

ପୁଷ୍ପା ଦ ରାଇଜ ବକ୍ସ ଅଫିସରେ ଖୁବ ଧମାଲ କରିଥିଲା । ଗୀତ ଠାରୁ ଡ୍ୟାନ୍ସ ପର୍ଯ୍ୟନ୍ତ, ଅଭିନୟ ଠାରୁ ଦେଶୀ ତଡକା ଏବଂ ଷ୍ଟୋରୀ ଲାଇନ ଠାରୁ ନିର୍ଦ୍ଦେଶନା ପର୍ଯ୍ୟନ୍ତ ସବୁ ଜିନିଷ ଆକର୍ଷଣୀୟ ଥିଲା । ଆଶା କରାଯାଉଛି ଯେ, ପୁଷ୍ପା-୨ ମଧ୍ୟ ବକ୍ସ ଅଫିସରେ ରାଜ କରିବ । ଫ୍ୟାନ୍ସ ମାନଙ୍କ ଅପେକ୍ଷାକୁ ଅନ୍ତ କରିବା ପାଇଁ ପୁଷ୍ପା ଦ ରୁଲ ଖୁବ ଶିଘ୍ର ଆସୁଛି ସିନେମା ହଲରେ ।

Get real time updates directly on you device, subscribe now.