fbpx

ଲଖୀମପୁର ଖେରୀ ହିଂସା ମାମଲା: ଆଶୀଷ ମିଶ୍ରା ଦୋଷୀ ସାବ୍ୟସ୍ତ, ଲାଗିଲା ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖୀମପୁର ଖେରୀ ମାମଲାରେ କୋର୍ଟ ମଙ୍ଗଳବାର ୧୪ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଛି । ସମସ୍ତଙ୍କ ବିରୋଧରେ ହତ୍ୟା ସମେତ ଅନେକ ଧାରାରେ ଦୋଷି କରାଯାଇଛି । ଏହି ମାମଲାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ରା(ଟାନୀ)ଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ । ଏହି ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଗତକାଲି ଏହି ମାମଲାରେ କୋର୍ଟ ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ୧୩ ଅଭିଯୁକ୍ତଙ୍କର ଜାମିନ ଖାରଜ କରି ଦେଇଥିଲେ । ଏହି ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରି କହିଥିଲେ କି, ସେମାନେ ଏହି ଘଟଣାରେ ସାମିଲ ନଥିଲେ, ଏଥିପାଇଁ ସେମାନେ ସମ୍ପୁର୍ଣ୍ଣ ନିର୍ଦୋଷ। ତେଣୁ ସେମାନଙ୍କୁ ଜାମିନ ଦିଆଯାଉ, କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ ।

ସୂଚନା ଅନୁସାରେ ଏଡିଜେ ଫାଷ୍ଟ ସୁଶୀଲ ଶ୍ରୀବାସ୍ତବ କୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୧୪୭,୧୪୮,୧୪୯,୩୨୬,୩୦,୩୦୨,୧୨୦ ଖ,୪୨୭, ଏବଂ ଧାରା ୧୭୭ ରେ ଦୋଷି କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବା କୋର୍ଟ କହିଛନ୍ତି । ଏହାବାଦ୍ ଅଭିଯୁକ୍ତ ସୁମିତ ଜୟସ୍ୱାଲ ବିରୁଦ୍ଧରେ ୩/୨୫, ଆଶୀଷ ମିଶ୍ରା, ଅଙ୍କିତ ଦାସ, ଲତୀକ ବ ସତ୍ୟମ ଉପରେ ଧରା ୩୦ ଏବଂ ନନ୍ଦନ ସିଂ ଉପରେ ଧାରା ୫/୨୭ ଲାଗୁ ହୋଇଛି ।

ଲକ୍ଷ୍ମୀପୁର ଖେରୀ ହିଂସା ମାମଲା କ’ଣ?

ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ, ୩ ଅକ୍ଟୋବର ୨୦୨୧ ରେ, କୃଷକମାନେ ନୂତନ କୃଷି ନିୟମକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଥିଲେ। ଅଭିଯୋଗ ମୁତାବକ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନକାରି ଚାଷୀଙ୍କ ଉପରେ କାର୍ ମଡାଇ ଦେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ହୋଇଥିଲା। ଏହି ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.