ଭୁବନେଶ୍ୱର , ୧୮ । ୪(ଓଡିଶା ଭାସ୍କର ): ଅତ୍ୟଧିକ ଜ୍ୱର, ଶ୍ୱାସ ନେବାରେ ଅସୁବିଧା, ନାକରୁ ପାଣି ବୋହିବା ଏବଂ ଶୁଖିଲା କାଶ ଇତ୍ୟାଦି ସାଧାରଣତଃ କୋରୋନାର ଲକ୍ଷଣ । ଏହାର ବଡ଼ କାରଣ ଏହା ଯେ, କୋରୋନା ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ସେଇଥିପାଇଁ କୋରୋନା ଆକ୍ରାନ୍ତ ଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି । ଠିକ୍ ସମୟରେ ଚିକିତ୍ସା କରାନଗଲେ, ଫୁସଫୁସକୁ ସମ୍ପୁର୍ଣ୍ଣ ଭାବରେ ନଷ୍ଠ ମଧ୍ୟ କରିଦେଇଥାଏ ଏହି ଭାଇରସ୍ । ତେବେ ଏପର୍ଯ୍ୟନ୍ତ କେବଳ ଏତିକି କୁହାଯାଉଥିଲା, କୋରୋନାର ପ୍ରଭାବ ବିଶେଷକରି ଫୁସଫୁସ ଉପରେ ହିଁ ପଡ଼ିଥାଏ । ମାତ୍ର ଏହି ଭାଇରସକୁ ନେଇ ଗବେଷଣା କରୁଥିବା ବୈଜ୍ଞାନିକ ଏବଂ ଡାକ୍ତର ଏବେ କିଛି ନୂଆ ଖୁଲାସା କରିଛନ୍ତି । କେବଳ ଫୁସଫୁସ୍ କାହିଁକି, ଶରୀରର ଅନ୍ୟ କିଛି ଅଙ୍ଗପ୍ରତ୍ୟଙ୍ଗ ଉପରେ ମଧ୍ୟ କୋରୋନା ଭାଇରସ୍ ପ୍ରଭାବ ପକାଇଥାଏ । ଆମେରିକାର ଅର୍ଦ୍ଧାଧିକ କୋଭିଡ ଆକ୍ରାନ୍ତଙ୍କ ପରିସ୍ରାରୁ ରକ୍ତ ଏବଂ ପ୍ରୋଟିନ ମିଳିଛି । ଅର୍ଥାତ, କୋରୋନା ଆକ୍ରାନ୍ତଙ୍କ ପରିସ୍ରାରେ ରକ୍ତ ଏବଂ ପ୍ରୋଟିନ ମଧ୍ୟ ପଡ଼ିଥାଏ । କିଡନୀ ଖରାପ ହେବାର ଏହା ପ୍ରାରମ୍ଭିକ ଲକ୍ଷଣ ଅଟେ ।
Prev Post