fbpx

ରାଶିଫଳ(ଶୁକ୍ରବାର,୦୯ ଡ଼ିସେମ୍ବର,୨୦୨୨)

ମେଷ: ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ । ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ । ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ନ ବିଗଡ଼ୁ, ଏହାର ଧ୍ୟାନ ରଖିବେ ।

ବୃଷ: ଆଜି ପୂରାଦିନ ସ୍ନେହୀଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦରେ ବିତିବ । ନୂଆ ବସ୍ତ୍ର ତଥା ଆଭୂଷଣ କିଣିବାର ଯୋଗ ଅଛି । ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ । ନୂଆ ସମ୍ବନ୍ଧ ବନାଇବା ପାଇଁ ପୂର୍ବ ବିଚାର କରିବାକୁ ଉପଦେଶ ।

ମିଥୁନ: ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ବହୁତ ଲାଭଦାୟୀ ଅଟେ । ପାରିବାରିକ ବାତାବରଣ ମଧ୍ୟ ସୁଖ ଶାନ୍ତି ପୂର୍ଣ୍ଣ ରହିବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ । ବ୍ୟବସାୟ ସ୍ଥଳରେ ସହକର୍ମୀ ଆପଣଙ୍କ ପାଇଁ ସହାୟକ ହେବେ । ମଧ୍ୟାହ୍ନ ପରେ ମନୋରଞ୍ଜନର ଆନନ୍ଦ ଲୁଟି ପାରିବେ ।

କର୍କଟ: ନୂଆ କାର୍ଯ୍ୟ ଆଜି ପ୍ରାରମ୍ଭ କରନ୍ତୁ ନାହିଁ । ବୌଦ୍ଧିକ ଚର୍ଚ୍ଚା ପାଇଁ ଆଜିର ଦିନ ଶୁଭ ନୁହେଁ । ମଧ୍ୟାହ୍ନ ପରେ ଘରର ବାତାବରଣ ସୁଖ-ଶାନ୍ତି ପୂର୍ବକ ରହିବ । ସେଥିପାଇଁ ମାନସିକ ରୂପରେ ଆଜି ପ୍ରଫୁଲ୍ଲିତ ଅନୁଭବ କରିବେ । ଶାରୀରିକ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ହେବ । ବ୍ୟବସାୟରେ ସହଯୋଗୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ସିଂହ: ଆପଣଙ୍କ ହତାଶା ମାନସିକ ଏବଂ ଶାରୀରିକ ଦୁଇ ପ୍ରକାର ଆପଣଙ୍କୁ ବ୍ୟଗ୍ର କରିପାରେ । ସ୍ଥାବର ସଂପତ୍ତିର କାର୍ଯ୍ୟକୁ ସ୍ଥଗିତ କରିବା ଆପଣ ପାଇଁ ହିତକାରୀ ହେବ । ମାତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ । ମଧ୍ୟାହ୍ନ ପରେ ଶାରୀରିକ ରୂପରେ ପ୍ରସନ୍ନତା ଅନୁଭବ ହେବ ।

କନ୍ୟା: ବିଦେଶରୁ ଲାଭଦାୟୀ ସମାଚାର ମିଳିବାର ସମ୍ଭାବନା ଅଧିକ ଅଛି । ପୁଞ୍ଜି ନିବେଶ କରିଥିବା ଲୋକଙ୍କ ପାଇଁ ସମୟ ଲାଭଦାୟୀ ରହିବ । ମଧ୍ୟାହ୍ନ ପରେ ଆପଣ ଅଧିକ ଭାବନାଶୀଳ ବନିବେ । ଏଥିପାଇଁ ମନରେ ହତାଶାର ଭାବନାରେ ମଧ୍ୟ ବୃଦ୍ଧି ହୋଇପାରେ । ସ୍ଥାବର ସଂପତ୍ତି ସମ୍ବନ୍ଧିତ କାଗଜପତ୍ରକୁ ପୂର୍ଣ୍ଣ କରନ୍ତୁ ଲାଭରେ ରହିବେ ।

ତୁଳା: ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କାହା ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ । ଶାରୀରିକ ଏବଂ ମାନସିକ ରୂପରେ ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ । ଘରର ଅନ୍ୟ ସଦସ୍ୟମାନଙ୍କ ସହିତ ବୈଠକର ମହତ୍ତ୍ୱ ପୂର୍ଣ୍ଣ ବିଷଗୁଡ଼ିକରେ ନିର୍ଣ୍ଣୟ ନେବେ ।

ବିଚ୍ଛା: ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ । ନୂଆ ବସ୍ତ୍ର ଏବଂ ଆଭୂଷଣ କିଣିବା ପଛରେ ଧନ ଖର୍ଚ୍ଚ ହୋଇପାରେ । କିନ୍ତୁ ମଧ୍ୟାହ୍ନ ପରେ ଆପଣ ମାନସିକ ରୂପ ଅନିର୍ଣ୍ଣୟ ସ୍ଥିତିରେ ରହିବେ । ଆର୍ôଥକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ । ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ । ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ ।

ଧନୁ: ଆଧ୍ୟାତ୍ମିକ ଏବଂ ଈଶ୍ୱରଙ୍କର ଭକ୍ତିରେ ଆଜି ମନକୁ ଶାନ୍ତି ପ୍ରାପ୍ତ ହେବ । ମନରେ ଉଠିଥିବା ନକାରାତ୍ମକ ଭାବନା ମଧ୍ୟ ସମାପ୍ତ ହେବ । କୋର୍ଟ- କଚେରୀର କାର୍ଯ୍ୟବାହୀ ସମ୍ଭାଳିକରି କରନ୍ତୁ । ଶାରୀରିକ ସ୍ୱାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି । ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ।

ମକର: କାହା ସାଥିରେ ବାଦ-ବିବାଦ କିମ୍ବା ଯୁକ୍ତି ନ କରିବା ପାଇଁ ଉପଦେଶ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସୁଖମୟ ବିଷୟଗୁଡ଼ିକ ଉପରେ ଆପଣଙ୍କର ରୁଚି ରହିବ । ଗଭୀର ଚିନ୍ତନ ଆପଣ ମନକୁ ଶାନ୍ତି ପ୍ରଦାନ କରିବ । ବୌଦ୍ଧିକ ରୂପରେ ଲେଖନ କାର୍ଯ୍ୟରେ ଆପଣ ସକ୍ରିୟ ରହି ପାରିବେ । ବ୍ୟବସାୟ ସ୍ଥଳରେ ସମ୍ଭାଳିକରି ଚାଲନ୍ତୁ । ସ୍ୱାସ୍ଥ୍ୟ ବିଗିଡ଼ି ପାରେ ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ । ଉପରିସ୍ଥ ଅଧିକାରୀ ବର୍ଗ ଆପଣଙ୍କୁ ପ୍ରୋତ୍ସାହିତ କରିବେ । ପ୍ରମୋଶନର ଯୋଗ ଅଛି । ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ । ସାମାଜିକ ତଥା ଆର୍ôଥକ କ୍ଷେତ୍ରରେ ଲାଭ ହେବ । ମିତ୍ରମାନଙ୍କର ମଧ୍ୟ ଲାଭ ହେବାର ସମ୍ଭାବନା ଅଛି । କିନ୍ତୁ ମଧ୍ୟାହ୍ନ ପରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ନିୟନ୍ତ୍ରିତ ବ୍ୟବହାର କରିବାକୁ ପଡ଼ିବ ।

ମୀନ: ଉପରୀସ୍ଥ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ବିବେକ ରଖିବାକୁ ହେବ । ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ । ଲମ୍ବା ସମୟର ଯାତ୍ରାର ଯୋଜନା ଆପଣ ବନାଇ ପାରିବେ । ଧାର୍ମିକ ସ୍ଥଳର ଯାତ୍ରା କରିବାର ସଂକେତ ଅଛି । ମଧ୍ୟାହ୍ନ ପରେ ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ । ଗୃହସ୍ଥ ଜୀବନରେ ଆନନ୍ଦ ମିଳିବ ।

Get real time updates directly on you device, subscribe now.