fbpx

ସ୍ଥଳ, ଜଳ ଓ ବାୟୁ ସେନାରେ ଲାଗୁ ହେବ ଗୋଟିଏ ରାଙ୍କ! ପରିବର୍ତ୍ତନ ନେଇ ମିଳିଲା ବଡ଼ ସଙ୍କେତ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ଶକ୍ତି ସ୍ଥଳସେନା, ଜଳସେନା ଓ ବାୟୁସେନାକୁ ନେଇ ଗଠିତ । ପ୍ରତ୍ୟେକ କ୍ଷେତ୍ରର ମୁଖ୍ୟ ଭାବେ ଅଲଗା ଅଲଗା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥାଏ । ତେବେ ସମୟ ବଦଳିବା ସହିତ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେବା ନେଇ ଏହାର ବଜେଟକୁ ମଧ୍ୟ ବୃଦ୍ଧି କରୁଛି । ଭବିଷ୍ୟତରେ ସ୍ଥଳ, ଜଳ ଓ ବାୟୁ ସେନାରେ ଗୋଟିଏ ରାଙ୍କ ଲାଗୁ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରକୁ ଗୋଟିଏ ରାଙ୍କ ମିଳିପାରେ । ନୌସେନା ମୁଖ୍ୟ ଆର. ହରି କୁମାରଙ୍କ ବୟାନ ଏକ ବଡ଼ ସଙ୍କେତ ଦେଇଛି ।

ହରି କୁମାରଙ୍କ ମତରେ, ସ୍ଥଳ, ଜଳ ଓ ବାୟୁ ସେନାକୁ ଗୋଟିଏ ରାଙ୍କ କରିବା ଦରକାର । କିଛି ରାଙ୍କକୁ ଆମକୁ ସମାପ୍ତ କରିଦେବା ଭଲ ହେବ । ଏଥିପାଇଁ ଆମକୁ ପୁରୁଣା ନିୟମକୁ ବଦଳାଇବାକୁ ପଡ଼ିବ । ପିଟି ଅଫିସର, ସିନିୟର ପିଟି ଅଫିସର ଆଦି ରାଙ୍କକୁ ବଦଳାଇ ଏକ କମନ୍ ଟ୍ରାଇ ସର୍ଭିସ ରାଙ୍କ କରିବା ଆବଶ୍ୟକ । ଆସନ୍ତା ୨୦୨୭ ମସିହା ସୁଦ୍ଧା ଭାରତୀୟ ନୌସେନା ପୂର୍ଣ୍ଣମାତ୍ରାରେ ଆତ୍ମନିର୍ଭରଶୀଳ ହୋଇଯିବ । ଯେ କୌଣସି ଶତ୍ରୁପକ୍ଷକୁ ଦୃଢ଼ ଜବାବ ଦେବାରେ ଦେଶ ସକ୍ଷମ ହୋଇପାରିବ ।

ଆମେ ଗୁଲାମୀ ମାନସିକତାରୁ ବାହାରି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି । ଦେଶକୁ ତିନି ପଟରୁ ସାଗର ଘେରି ରହିଛି । ଜଳଶକ୍ତି ପ୍ରତ୍ୟେକ ଶକ୍ତିଶାଳୀ ଦେଶଗୁଡ଼ିକର ମୁଖ୍ୟ ଶକ୍ତି ଅଟେ । ୯୦ ପ୍ରତିଶତ ଟ୍ରେଡ ସାମୁଦ୍ରିକ ପଥରେ ହୋଇଥାଏ । ଆସନ୍ତା ୨୦୪୭ରେ ଦେଶ ୧୦୦ ବର୍ଷର ଆଜାଦୀ ପାଳନ କରିବ । ସେ ସମୟରେ ଭାରତ ନୌସେନା କ୍ଷେତ୍ରର ଏକ ବିକଶିତ ଦେଶ ଭାବେ ବିବେଚିତ ହେବ ।

Get real time updates directly on you device, subscribe now.