fbpx

(Video) କ୍ୟାବିନେଟ ମନ୍ତ୍ରୀଙ୍କ ଉପରକୁ କାଳିମାଡ଼

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ରାଜନେତା, ଫିଲ୍ମଷ୍ଟାରଙ୍କୁ ସର୍ବସାଧାରଣ ଅପଦସ୍ଥ ହେବାକୁ ପଡ଼ିଥାଏ । କିଛି ବ୍ୟକ୍ତି କଡ଼ା ସୁରକ୍ଷା ବଳୟକୁ ଭେଦ କରି କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରକୁ ଚପଲ, କାଳି, ଅଣ୍ଡା, ଟମାଟୋ ଫୋପାଡ଼ିଥାନ୍ତି । ତେବେ ଏହି କ୍ରମରେ ଗୋଟିଏ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି କାଳି ମାଡ଼ କରିଛନ୍ତି ।

ତେବେ ସୂଚନା ମୁତାବକ, ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ହଠାତ୍ କାଳିମାଡ଼ କରିଥିଲେ । ମନ୍ତ୍ରୀ ଏକ ଘର ମଧ୍ୟରୁ ବାହାରକୁ ଆସୁଥିବା ବେଳେ ଭିଡ଼ ଭିତରୁ ଆସି ଜଣେ ବ୍ୟକ୍ତି ହଠାତ୍ ମନ୍ତ୍ରୀଙ୍କ ମୁହଁ ଉପରକୁ କାଳିମାଡ଼ କରିଥିଲେ । ଏହାପରେ ମନ୍ତ୍ରୀ ନିଜର କଣ୍ଟ୍ରୋଲ ହରାଇଥିଲେ । ତାଙ୍କୁ ସୁରକ୍ଷାକର୍ମୀମାନେ ଧରିନେବାରୁ ସେ ତଳେ ପଡ଼ିବାରୁ ବର୍ତ୍ତି ଯାଇଥିଲେ ।

ମନ୍ତ୍ରୀଙ୍କୁ କାଳିମାଡ଼ ପରେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ କାଳି ଫୋପାଡ଼ିଥିବା ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ । ଏହି ସମୟରେ ସେଠାରେ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଥିଲେ । ପୋଲିସ କିଛି ବ୍ୟକ୍ତିଙ୍କୁ ମଧ୍ୟ ଧରିନେଇଥିଲା । ଔରଙ୍ଗାବାଦରେ ମହାତ୍ମା ଫୁଲେ, ଡା. ଭୀମରାଓ ଆମ୍ବେଦକର ଓ କର୍ମବୀର ଭାଉରାଓ ପାଟିଲଙ୍କୁ ନେଇ ମନ୍ତ୍ରୀ ପାଟିଲ ବିବାଦୀୟ ବୟାନ ଦେଇଥିଲେ । ତାହାକୁ ବିରୋଧ କରି ଯୁବକ ଜଣଙ୍କ ଏହି କାରନାମା ଘଟାଇଥିବା କୁହାଯାଉଛି ।

Get real time updates directly on you device, subscribe now.