fbpx

ରାତି ୧୧ଟା ପରେ ବାହାରେ ବୁଲୁଥିବାରୁ ଦମ୍ପତିଙ୍କ ଉପରେ ଲାଗିଲା ଜୋରିମାନା, ତଦନ୍ତ ନିର୍ଦେଶ ଦେଲା ପୋଲିସ

ନୂଆଦିଲ୍ଲୀ: ରାତି ୧୧ଟା ପରେ ଘର ବାହାରେ ବୁଲୁଥିବାରୁ ପୋଲିସ ଲଗାଇଲା ଜୋରିମାନା । କର୍ଣ୍ଣାଟକର ବାଙ୍ଗଲୁରୁ ସହରରେ ଗତକାଲି ଦମ୍ପତି ଦ୍ୱୟ ଏକ ଜନ୍ମଦିନ ଉତ୍ସବରେ ସାମିଲ ହୋଇ ଘରକୁ ଫେରୁଥିବା ସମରେ ଏହି ଘଟଣା ଘଟିଥିଲା । ବ୍ୟକ୍ତି ଜଣକ ପେଟିଏମ୍ ମାଧ୍ୟମରେ ଏହି ଫାଇନ୍ ଭରିଥିବା ସୂଚନା ମିଳିଛି । କାର୍ତ୍ତିକ ପାତ୍ରୀ ନାମ ଜଣେ ବ୍ୟକ୍ତି ଏକ ଟ୍ୱିଟ୍ କରି ଏହି ସୂଚନା ଦେଉଛନ୍ତି । ଏହା ସହିତ ବାଙ୍ଗଲୋର ପୋଲିସକୁ ଏହି ବିଷୟରେ ସାହାଯ୍ୟ କରବାକୁ ଅନୁରୋଧ କରିଥିଲେ ।

ବ୍ୟକ୍ତି ଜଣକ ଏକ ଟ୍ୱିଟ୍‌ରରେ ଏକ ଥ୍ରେଡ୍ କରି ତାଙ୍କ ସହିତ ଘଟିଥିବା ଅଭାବନୀୟ ଘଟଣା ବିଷୟରେ ସୂଚନା ଦେଇଛନ୍ତି । କାର୍ତ୍ତିକ ଲେଖିଛନ୍ତି, ରାତି ପ୍ରାୟ ସାଢ଼େ ୧୨ ଟା ସମୟ ହେବ । ଯେତେବେଳେ ଆମେ ଘରକୁ ଫେରୁଥିଲେ । “ଆମ ଘରଠାରୁ କିଛି ମିଟର ଦୂରରେ ଯେତେବେଳେ ପୋଲିସ୍ ପାଟ୍ରୋଲିଂ ଭ୍ୟାନ୍ ଆମ ନିକଟରେ ଅଟକି ଯାଇଥିଲା ଏବଂ ପୋଲିସ୍ ୟୁନିଫର୍ମରେ ଥିବା ଦୁଇଜଣ ବ୍ୟକ୍ତି ଆମର ପରିଚୟ ପତ୍ର ଦେଖାଇବାକୁ ଦାବି କରିଥିଲେ ।

ତେବେ ଏହା ପରେ ଆମେ ଆମର ଆଧାର କାର୍ଡ ଫଟୋ ପୋଲିସକୁ ଦେଖାଇଥିଲୁ, ଏହା ପରେ ପୋଲିସ୍ ଆମ ଫୋନ୍ ଜବତ କରି ଆମର ବ୍ୟକ୍ତିଗତ ବିବରଣୀ ବିଷୟରେ ପଚରାଉଚରା କରିଥିଲେ । ଆମେ ସେମାନଙ୍କ ପ୍ରଶ୍ନର ଭଦ୍ରତାର ସହ ଉତ୍ତର ଦେଇଥିଲୁ । ତା’ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଚାଲାଣ କାଟି ଆମକୁ ଧରାଇ ଦେଇଥିଲେ । ତେବେ ଏହାର କାରଣ ପଚାରିବାରୁ ଏହାର ଉତ୍ତର ଆଶ୍ଚର୍ଯ୍ୟଜନକ ଥିଲା । କାରଣ ପୋଲିସ କର୍ମଚାରୀ କହିଥିଲେ ଯେ, ରାତି ୧୧ ଟା ପରେ ‘ରାସ୍ତାରେ ବୁଲିବା” ଅନୁମତି ନାହିଁ।’

ଅଧରାତିରେ ଦମ୍ପତି ଦ୍ୱୟ ଏଭଳି ପରିସସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ । ଏହି ସମୟରେ ତାଙ୍କର ସ୍ତ୍ରୀ କାନ୍ଦୁଥିଲେ ମଧ୍ୟ ବ୍ୟକ୍ତି ଜଣକ ତାଙ୍କ ରାଗକୁ ନିୟନ୍ତ୍ରଣ କରି ସେମାନଙ୍କ ସହିତ ଆଲୋଚନା କରି ସମାଧାନର ବାଟ ଖୋଜୁଥିଲେ। ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଅତିକମ୍‌ରେ ୧ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଥିଲେ । ତେବେ ପାତ୍ରୀ ଏହି ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ । ଏହାପରେ ପୋଲିସ ଜଣକ ଏକ ପେଟିଏମ୍ କ୍ୟୁଆର କୋଡ କାଢି ତାଙ୍କୁ ଦେଖାଇଥିଲେ ଏବଂ ସ୍କାନ୍ କରି ପେମେଣ୍ଟ କରିବାକୁ କହିଥିଲେ ।

ତେବ ପୋତ୍ରୀଙ୍କର ଏହି ଅଭିଯୋଗର ଉତ୍ତର ପୋଲିସ ମଧ୍ୟ ରଖିଛି । ବେଙ୍ଗାଲୁରୁ ସହରର ଉତ୍ତର ପୂର୍ବ ବିଭାଗର ଡେପୁଟି କମିଶନର ଅନୁପ ଏ ଶେଟ୍ଟୀ ପାଟ୍ରିଙ୍କୁ ଧନ୍ୟବାଦ ଜଣାଇବା ସହ ପୋଲିସ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭରଷା ଦେଇଛନ୍ତି ।

Get real time updates directly on you device, subscribe now.