fbpx

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ରୋହିତ ଶର୍ମା ପ୍ରଥମ ଟେଷ୍ଟ୍‌ରୁ ପଡ଼ିଲେ ବାଦ୍‌, ଏହି ଦୁଇ ଖେଳାଳି ମଧ୍ୟ ଖଳେିବେ ନାହିଁ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ଭାରତୀୟ ଟିମ୍‌କୁ ଲାଗିଛି ଆଉ ଏକ ଝଟକା । ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡିଛନ୍ତି । ରୋହିତଙ୍କ ବଦଳରେ କେ.ଏଲ ରାହୁଲଙ୍କୁ ଟିମ୍‌ର ଅଧିନାୟକ ଏବଂ ଚେତେଶ୍ୱର ପୂଜାରାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଭାରତ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ୧୪ ଡିସେମ୍ବରରେ ଖେଳାଯିବ ।

ବିସିସିଆଇ ରବିବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି । ବାଂଲସଦେଶ ବିପକ୍ଷ ଶେଷ ଦିନିକିଆରେ ରୋହିତଙ୍କ ଆଘୁଳିରେ ଆଘାତ ପାଇଥିଲେ । ତେବେ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତି ଅନୁଯାୟୀ ସେ ଏବେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ ।

ତେବେ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ, ଏ ନିଷ୍ପତି ବିସିସିଆଇର ମେଡିକାଲ ଟିମ୍ ନେବେ । ପ୍ରଥମ ଟେଷ୍ଟ ପାଇଁ ରୋହିତଙ୍କ ବଦଳ ଖେଳାଳି ଭାବେ ଅଭିମନ୍ୟୁ ଇଶ୍ୱରନ୍‌ଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ରୋହିତଙ୍କ ବ୍ୟତିତ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମୀ ମଧ୍ୟ ଆହତ ସମସ୍ୟା ପାଇଁ ବାଦ୍ ପଡିଛନ୍ତି । ନଭଦୀପ ସଇନି ଏବଂ ସୌରଭ କୁମାରଙ୍କୁ ସେମାନଙ୍କ ବଦଳରେ ଦଳରେ ସ୍ଥାନ ମିଳିଛି । ଏହା ସହିତ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଡକଟଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।

Get real time updates directly on you device, subscribe now.